ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ପୋଲାଭରମ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ସ୍ବତନ୍ତ୍ର ଅନୁସନ୍ଧାନ ଟିମ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲା ମୋଟୁ, ବିନାୟକପୁର, ଆଲମା, ମୋଟୁ ସଙ୍ଗମ ସ୍ଥଳ ମୁଗୀ ପଏଣ୍ଟ ଓ ଛତିଶଗଡ଼ ସାବେରୀ ସେତୁ ପରିଦର୍ଶନ କରି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିଲେ। ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଏପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତିର ଆକଳନ ହୋଇନାହିଁ। ପୋଲାଭରମ ପ୍ରକଳ୍ପ ଶେଷ ପର୍ଯ୍ୟାୟ କାର୍ଯ୍ୟ ଜାରି ରହିଛି। ଆସନ୍ତା ୨୦୨୬ ସୁଦ୍ଧା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ସୂଚନା ରହିଛି। ତେବେ ମୋଟୁର ତଳିଆ ଅଂଚଳରେ ଥିବା ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଓ ଚାଷ ଜମି ବୁଡିଯିବାର ଆଶଙ୍କା ରହିଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ।ପୋଲାଭରମ ପ୍ରକଳ୍ପ ଶେଷ ହେବାକୁ ବସିଲାଣି ଅଥଚ ପ୍ରଭାବିତ ଅଂଚଳରେ ଜନ ଶୁଣାଣି କରାଯାଇନାହିଁ। ତେଣୁ ପ୍ରଭାବିତ ଲୋକଙ୍କୁ ଥଇଥାନ କରିବା ସହିତ କ୍ଷତି ପୂରଣ ଦେବାକୁ କେନ୍ଦ୍ର ମନ୍ତ୍ରୀ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଟିମ୍ରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଆମ ଜନତା ଅଧିକାର ସଂଗଠନର ଆବାହକ ମନୋଜ ଜେନା, ରାଜ୍ୟ ଅଭିଭାବକ ସଂଘ ଆବାହକ ବାସୁଦେବ ଭଟ, ପୂର୍ବତନ ବିଧାୟକ ନିମାଇଁ ସରକାର, କାଲିମେଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାଲା ମାଢି ପ୍ରମୁଖ ସାମିଲ ଥିଲେ। ଆସନ୍ତାକାଲି ବିଜେଡି ଦଳର ଏକ ରାଜ୍ୟ ସ୍ତରୀୟ ଟିମ ମୋଟୁ ଅଂଚଳ ଗସ୍ତ କରିବା ପୂର୍ବରୁ କଂଗ୍ରେସ ଦଳ ନେତୃତ୍ୱରେ ଆଜି ଏହି ଟିମ ମୋଟୁ ଅଂଚଳ ଗସ୍ତ କରି ଫେରି ଯାଇଥିବାରୁ ଆଗକୁ ପୋଲାଭରମକୁ ରାଜନୀତି ସରଗରମ ହେବାର ଅନୁମାନ କରାଯାଉଛି।


