( ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଛାତ୍ରପୁର ବ୍ଲକ ନରସିଂହପୁର ଗ୍ରାମ ଅବସର ପ୍ରାପ୍ତ ଶିକ୍ଷକଙ୍କ ଧର୍ମପତ୍ନୀ ବାସନ୍ତୀ ନନ୍ଦ (70) ବର୍ଷରେ ଶନିବାର ଅପରାହ୍ନ ଦୁଇ ଘଣ୍ଟା ସମୟରେ ନିଜ ବାସଭବନ ଚମାଖଣ୍ଡି ଠାରେ ଦେହାନ୍ତ ହୋଇଯାଇଛି l
ବାସନ୍ତୀ ନନ୍ଦ ଜଣେ ସମସ୍ତଙ୍କ ପ୍ରିୟ ପାତ୍ର ଓ ମେଳାପୀ ଥିଲେ। ମୃତ ବେଳକୁ ତାଙ୍କର ପାଖରେ ସ୍ୱାମୀ ନରସିଂହ ନନ୍ଦ, ଦିଅର ପ୍ରଶ୍ନ ନନ୍ଦ, କାଳିଆ ନନ୍ଦ, ସନ୍ତୋଷ କୁମାର ନନ୍ଦ, ସୁଶାନ୍ତ କୁମାର ନନ୍ଦ, ଲଡ଼ୁ ନନ୍ଦ, ଶରତ ଚନ୍ଦ୍ର ନନ୍ଦ, ବଡ଼ ଝିଅ ଓ ବଡ଼ ପୁତ୍ର ମହେନ୍ଦ୍ର ନନ୍ଦ, ମଝିଆ ପୁଅ ରାଜେନ୍ଦ୍ର ନନ୍ଦ, ସାନ ପୁଅ ଜିତ୍ରେନ୍ଦ୍ର ନନ୍ଦ, ବଡ଼ ବହୂ ମମତା, ମଝିଆ ଶିବାନୀ ଓ ସାନ ବହୁଙ୍କ ସମେତ ପୁତ୍ରା, ନାତି ନାତୁଣୀ ଓ ପରିବାର ପ୍ରମୁଖ ଉପସ୍ଥିତ ଥିଲେ l ନରସିଂହପୁର ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ପାର୍ଥୀବ ଶରୀର କୁ ଦର୍ଶନ କରିଥିଲେ। ରାମ ନାମ ସତ୍ୟ ହେଁ ହରିନାମ ସତ୍ୟ ହେ ଧ୍ୱନୀରେ ନିଜ ବାସଭବନ ଚମାଖଣ୍ଡି ଠାରେ ବାସନ୍ତୀ ନନ୍ଦଙ୍କୁ ଅନ୍ତିମ ବିଦାୟ ଗ୍ରାମବାସୀ ଜଣାଈ ଥିଲେ ଓ ତାଙ୍କ ମୃତ ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମାପନ କରାଯାଇଥିଲା l


