ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ ର ବଡଡୁରାଲ ଓ ମାଡକାପଦର ପଞ୍ଚାୟତ ମାଡକାପଦର ପଞ୍ଚାୟତର ସରପଞ୍ଚ ଡମ୍ବରୁ ସିସା ଓ ବଡଡୁରାଲ ପଞ୍ଚାୟତର ସରପଞ୍ଚ ଭିକାରୀ କିର୍ଶାନି ଜଣେ ଯନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ।ଖଇରପୁଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସମୀର ଦାସଙ୍କ ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ।ଯନ୍ତ୍ରୀ ସମୀର ଦାସ ଏକାଧିକ ପଞ୍ଚାୟତର ଯନ୍ତ୍ରୀ ଭାବେ ଦାୟିତ୍ଵ ରେ ଥିବା ବେଳେ ସେ ଭିତରୁ ଦୁଇଟି ପଞ୍ଚାୟତ ହେଉଛି ମାଡକାପଦର୍ ଓ ବଡଡୁରାଲ। ଦୁଇ ପଞ୍ଚାୟତର ସରପଞ୍ଚଙ୍କ ଅଭିଯୋଗ କି ଏହି ଦୁଇ ପଞ୍ଚାୟତକୁ ଯନ୍ତ୍ରୀ ସମୀର ଦାସ ଆଉ ପାଦ ଦେଉନାହାନ୍ତି।ବିଭିନ୍ନ ଉନ୍ନୟମୂଳକ କାମ କରାଇ ତାହାର ବିଲ ମଧ୍ୟ କରୁନାହାନ୍ତି ବୋଲି ଉଭୟ ସରପଞ୍ଚ ଅଭିଯୋଗ କରିଛନ୍ତି।ଆମ ଓଡ଼ିଶା ନବୀନ ଓଡ଼ିଶାରେ ହୋଇଥିବା ବିଭିନ୍ନ କାମର ଶେଷ ବିଲ କରୁନାହାନ୍ତି।ଏପରିକି ଉଭୟ ସରପଞ୍ଚ ଙ୍କ ଫୋନ୍ ମଧ୍ୟ ଉଠାଉ ନାହାନ୍ତି ଉକ୍ତ ଯନ୍ତ୍ରୀ ସମୀର ଦାସ।ଠିକ୍ ସେହିଭଳି ମାଡକାପଦର୍ ପଞ୍ଚାୟତ ର ଆର୍ଥିକ ବର୍ଷ ୨୨-୨୩ ର GPDP ଟଙ୍କା କୁ ବିଭିନ୍ନ ସ୍କୁଲ ରିପାରିଂ ଓ ନଳକୂପ ମରାମତି ପାଇଁ ଖର୍ଚ୍ଚ କରିବା କୁ ଯୋଜନା ରହିଛି।କିନ୍ତୁ ସ୍କୁଲ ଗୁଡ଼ିକ ର ଏ ପର୍ଯ୍ୟନ୍ତ କାମ ହେଇପରୁନାହାନ୍ତି।ଘାଟି ଅଞ୍ଚଳ ର ନିରୀହ ଲୋକଙ୍କୁ କାମ କରାଇ ବିଲ ନକରାଇ ହତାଶ କରୁଛନ୍ତି ଉକ୍ତ କନିଷ୍ଠ ଯନ୍ତ୍ରୀ ସମୀର ଦାସ।ଏମିତି ବି ଅଭିଯୋଗ କରିଛନ୍ତି ଯଦି ୧୫% PC ନଦିଆଜାଏ ତେବେ ଉକ୍ତ ଲୋକଙ୍କ ବିଲକୁ ଠିକ୍ ଭାବେ କରାନ୍ତି ନାହିଁ ଉକ୍ତ ଯନ୍ତ୍ରୀ।ସବୁଠୁ ବଡ଼ କଥା ହେଲା ଆଜିକୁ ୮ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ଯନ୍ତ୍ରୀ ସମୀର ଦାସ ଖଇରପୁଟ ରେ ହିଁ କାର୍ଯ୍ୟରତ ଅଛନ୍ତି।ଘାଟି ଅଞ୍ଚଳରେ PC କୁ ଆଶା ହୋଇ ସାଧାରଣ ଜନତା ଙ୍କୁ କିଭଳି ଠକୁଛନ୍ତି ଯନ୍ତ୍ରୀ ତାହା ଏହାର ବଡ଼ ପ୍ରମାଣ। ଏ ସମ୍ପର୍କରେ ଯନ୍ତ୍ରୀ ସମୀର ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।ସେପଟେ ବଡଡୁରାଲ ସରପଞ୍ଚ ଭିକାରୀ କିର୍ଷାନୀଙ୍କୁ ପଚାରିବାରୁ ଆମେ କୌଣସି ଅଭିଯୋଗ କରିନାହୁଁ। ଯନ୍ତ୍ରୀ ସାର ଆସି ଆମକୁ ଲେଆଉଟ ଦବାର ଥିଲା କିନ୍ତୁ ଏପର୍ଯ୍ୟନ୍ତ ଦେଇନାହାଁନ୍ତି। ଅଞ୍ଚଳକୁ କାହିଁକି ଯାଇନାହାଁନ୍ତି ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ଏକ ମେଡିକାଲ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆସି ପାରିନାହିଁ।ଦିନେ ଦୁଇ ଦିନ ମଧ୍ୟରେ ଲେଆଉଟ ଦିଆଯିବ ବୋଲି କହିଛନ୍ତି।


