ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ସ୍ଥାନୀୟ ଜବାହର ନବଦୋୟ ଵିଦ୍ୟାଳୟ,ମାଲକାନଗିରି - ୧ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଇଥିଲା l ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ରୂପେ  ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ, ବେଦବର ପ୍ରଧାନ ଯୋଗ ଦେଇଥିଲେ l ଏହି ଉଦଘାଟନ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଧନେଶ୍ୱର ମହାପାତ୍ର, ଏଡିଡବ୍ଲୁଓ ସମଲ କୁମାର ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ୱନାଥ ସାହୁ, ଡିଏସଡବ୍ଲୁଓ, ଇନ୍ଦିରା ପ୍ରଧାନ, ପ୍ରିନ୍ସିପାଲ,  କେ ଏସ ଏନ  ପ୍ରସାଦ ,  ଡିପିଏମ, ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି ଜାତୀୟ କୃମି ନାଶକ ଦିବସ ବିଷୟରେ ଉଦବୋଧନ ଦେଇଥିଲେ I

ଅଗଷ୍ଟ ୧୦ ତାରିଖ ଦିନ ସାରା ଦେଶରେ କୃମି ରୋଗର ନିରାକରଣ ନିମନ୍ତେ କୃମି ନାଶକ ବଟିକା ( ଆଲବେଡାଜଲ) ୧ ବର୍ଷରୁ ୧୯ ବର୍ଷ ପିଲାଙ୍କୁ ପ୍ରତ୍ୟେକ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ଦିଆ ଯାଉଛି  I ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ସମନ୍ଵିତ ଶିଶୁ ବିକାଶ ଯୋଜନା ଏବଂ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ମିଳିତ ସହଯୋଗରେ ଛାତ୍ର ଛାତ୍ରୀ ଏବଂ ବାଳକ ବାଳିକା ମାନଙ୍କୁ ଯୋଗେଇ ଦିଆଯାଉଛି I ଏହା ସହ ୨୦ ରୁ ୨୪ ବର୍ଷ ଗର୍ଭବତୀ କିମ୍ବା ପ୍ରସୂତି ମା ହୋଇ ନଥିବା ମହିଳା ମାନଙ୍କୁ ଏହି କୃମି ନାଶକ ବଟିକା ଖୁଆଇବା ବ୍ୟବସ୍ଥା କରାଯାଇଛି l

ଏହି ବୈଠକରେ କୃମି ରୋଗ ସମ୍ବନ୍ଧରେ ସଚେତନତା ସହ ବାଳକ ବାଳିକା ମାନଙ୍କୁ କୃମି ନାଶକ ବଟିକା ଖୁଆଇ ଥିଲେ l ଏହି ବୈଠକରେ ଏପିଡେମିଓଲୋଜିଷ୍ଟ ଡ଼. ଦୁର୍ଗା ପ୍ରସାଦ ରାଜ, ଟୀକାକରଣ କମ୍ପୁଟର ଆସିଷ୍ଟାଣ୍ଡ  ଶିବ ପ୍ରସାଦ ପ୍ରହରାଜ, ଡିଏମଆରସିଏଚ୍, ଓ଼ମ ପ୍ରକାଶ ସା, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ,  ସ୍କୁଲ କର୍ମଚାରୀ ଏବଂ ଅନ୍ୟମାନେ ସହଯୋଗ କରିଥିଲେ I

Post a Comment

Previous Post Next Post