ଷୋହଳ ଖଣ୍ଡ ଗୋପାଳ ସମାଜର ପୁରୁଷୋତ୍ତମପୁର ପଶ୍ଚିମ ମୁଠା ତରଫରୁ ନନ୍ଦ ଉତ୍ସବ ଦିବସରେ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ପୁରୁଷୋତ୍ତମପୁର : ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜର ପୁରୁଷୋତ୍ତମପୁର ପଶ୍ଚିମ ମୁଠା ଚାଙ୍ଗୁଡ଼ିଆପଦର ସାହିର ଗ୍ରାମ୍ୟ କମିଟି ତରଫରୁ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି l ଏହି ନନ୍ଦ ଉତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶ୍ରୀକୃଷ୍ଣ ଭଗବାନ ଗୋପାଳ ସମାଜ ୧୯୭୮ ମସିହାରେ ସ୍ଥାପିତ ଗଞ୍ଜାମ ଜିଲ୍ଲା ୧୬ ଖଣ୍ଡ ଗୋପାଳ ସମାଜ ଆଜି ୪୪ ବର୍ଷରେ ପଦାର୍ପଣ କରିଛି ଏବଂ ଗୋପାଳ ସମାଜ ଜିଲ୍ଲାର ପ୍ରଗତିରେ ନିଜର ଯୋଗଦାନକୁ ବଳବତର ରଖି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ପ୍ରୟାସ ଅବ୍ୟାହତ ରଖିଛି ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବୀତ ତଥା ହିନ୍ଦୀ ପ୍ରଚାର ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ  । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବୀତ ପୂର୍ବତନ ପ୍ରଧାନଶିକ୍ଷକ ଏ ରାଜଗୋପାଳ ରାଓ ଯୋଗଦେଇଥିବା ବେଳେ ସେହିପରି ଅନ୍ୟ ସମ୍ମାନିତ ଅତିଥି ଭାବେ କାଉନସିଲର ତଥା ଗୌଡ଼ ସମାଜର ଗ୍ରାମ୍ୟ ଓ ମୁଠା ସମ୍ପାଦକ ଡ଼କ୍ଟର ଅଶୋକ କୁମାର ମହାଙ୍କୁଡ ଯୋଗ ଦେଇଥିଲେ l ନିଜ ନିଜ ବକ୍ତା ରେ କହିଥିଲେ କି ଗଞ୍ଜାମର ସଂଗ୍ରାମୀ ମାନେ ସହରରେ ଭାଇଚାରା ସୃଷ୍ଟି କରିବା ସହ ନିଜ ସମାଜ ମଧ୍ୟରେ ଏକତା ଓ ଅଖଣ୍ଡତା ବଜାୟ ରଖି ସୁସଂପର୍କର ଭାବଧାରା ରଖିଲେ ଅନେକ କାର୍ଯ୍ୟ ସାଧିତ ହୋଇପାରିବ।ଏହି ଅବସର ରେ ହିନ୍ଦୀ ପ୍ରଚାର ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ପର୍ଶୁରାମ ଗୌତ ଅଧକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୋପାଳ ସମାଜର ସୁନାମ ଧନ୍ୟ ଲୋକନାଟ୍ୟ ନିର୍ଦେଶକ ରବୀନ୍ଦ୍ର ଗୌଡ଼ ଏବଂ ମଞ୍ଚାସିନ ଥିଲେ ପଶ୍ଚିମ ମୁଠା ସଭାପତି ଅରୁଣ କୁମାର ଗୌଡ଼, ଉପସଭାପତି ରଣେଶ ଚନ୍ଦ୍ର ଗୌଡ଼ । ଏହି ପରିପ୍ରେକ୍ଷୀରେ ଗୋପାଳ ସମାଜର ପରିବାର ସଦସ୍ୟଙ୍କ ପିଲାଛୁଆ ମାନଂକୁ ଉତ୍ସlହିତ କରିବା ପାଇଁ ବିଭିନ୍ନ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପ୍ରଥମ  ଶ୍ରେଣୀ ଉର୍ତ୍ତିନ ହୋଇଥିବା କିଛି ପିଲାଙ୍କୁ ସମ୍ବର୍ଦ୍ଧିତ କରି ପୁରସ୍କୃତ କରାଯାଇଥିଲା। ଶେଷରେ ରବୀନ୍ଦ୍ର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟା ସମୟରେ ଗୋପାଳ ସମାଜ ତରଫରୁ ଲୋକଙ୍କ ମନୋରଞ୍ଜନ ପାଇଁ ବାରମାସିଆ ଦଣ୍ଡ ନାଚ, ବ୍ଲାଇଣ୍ଡ ଲୋକଙ୍କଦ୍ୱାରା ସଂଗୀତର ଅସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l

Post a Comment

Previous Post Next Post