ଭଞ୍ଜନଗର ମୋ ନିୟୁଜ ଓଡିଶା : ଭଞ୍ଜନଗର ଉପଖଣ୍ଡର ପ୍ରତିଷ୍ଠିତ ଓ ପଞ୍ଜିକୃତ କବି ସମ୍ରାଟ ମିଡ଼ିଆ କ୍ଲବ ଗଠନ ହେବାର ଏକ ବର୍ଷ ପୂରଣ ହେବାକୁ ଯାଉଛି। ଆଗକୁ ପ୍ରତିଷ୍ଠା ଦିବସ ପାଳନ କରିବା ସହିତ ପ୍ରେସ ଦିବସ ପାଳନ କରିବା ନିମନ୍ତେ ୨୦୨୪- ୨୫ ବର୍ଷ ପାଇଁ ନୂତନ କାର୍ଯ୍ୟକାରୀ କମିଟି ସର୍ବସମ୍ମତି କ୍ରମେ ଚୟନ ହୋଇଛି। ଆଇନ ପରାମର୍ଶ ଦାତା ତଥା ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ, ସଭାପତି ଭାବେ ପ୍ରଦୀପ କୁମାର ସ୍ୱାଇଁ, ଉପ-ସଭାପତି ଭାବେ ପୁରୁଷୋତ୍ତମ ମହାପାତ୍ର, ସମୀର କୁମାର ମହାପାତ୍ର, ସମ୍ପାଦକ ଭାବେ ଚିନ୍ମୟ କୁମାର ବେବର୍ତ୍ତା, ସହ-ସମ୍ପାଦକ ଭାବେ ରଞ୍ଜିତ ଜେନା, ଆଶିଷ କୁମାର ଗୌଡ଼, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ପଣ୍ଡା, ସଂଯୋଜକ ଭାବେ ଭଞ୍ଜନଗର ବ୍ଳକରୁ ଗୋବିନ୍ଦ ଗୌଡ଼, ସନ୍ତୋଷ କୁମାର ଜେନା, ରଞ୍ଜନ କୁମାର ବେହେରା, ନବ କୁମାର ବିଷୋୟୀ, ବେଲଗୁଣ୍ଠା ବ୍ଲକରୁ ସୁଶାନ୍ତ କୁମାର ବେହେରା, ଜଗନ୍ନାଥପ୍ରସାଦ ବ୍ଲକରୁ ରାଜେଶ ଆଲତିଆ, ବୁଗୁଡ଼ା ବ୍ଲକରୁ ବାବୁଲି ମହାରଣା, ସୋରଡ଼ା ବ୍ଲକରୁ ଗୋପାଳ କୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ କୁମାର ପଗଡ଼ ଚୟନ ହୋଇଥିଲେ। ନୂତନ ସଭ୍ୟ ମାନଙ୍କୁ ଅନୁଷ୍ଠାନ ର ଅନ୍ୟ ସଭ୍ୟ ମାନେ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ। ଏହା ସହିତ ସଭାପତି ଶ୍ରୀଯୁକ୍ତ ସ୍ୱାଇଁଙ୍କ ସଙ୍ଗୀତ ନୃତ୍ୟ ଅନୁଷ୍ଠାନ ଓମ୍ ସଙ୍ଗୀତ ଏକାଡ଼େମୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା