ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

 


ଭଞ୍ଜନଗର: ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତ କାଯ୍ୟାଳୟ ନିକଟରେ ଥିବା ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣ ଠାରେ ସାନକୋଦଣ୍ଡା ପଞ୍ଚାୟତର ବିଜେପି କର୍ମୀ ମାନଙ୍କ ଦ୍ୱାରା ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାଯ୍ୟକଳାପରେ ଅନୁପ୍ରାଣିତ ହୋଇ ଆଜି ଏହି ମିଶ୍ରଣ ପର୍ବରେ ସାନକୋଦଣ୍ଡା ଗ୍ରାମର ୧୬ ନମ୍ବର ୱାର୍ଡ଼ର ବିଜେଡି ସଭ୍ୟ ରାମ ଚନ୍ଦ୍ର ପ୍ରଧାନ, ମହାଗୁଡା ଗ୍ରାମର ହରିଜନ ସାହି ୪ନମ୍ବର ୱାଡ଼ ବିଜେଡି ସଭ୍ୟ ଦେବରାଜ ନାଇକ ନିଜସ୍ୱ ଇଛାରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ। ଏହା ସହିତ ସାନକୋଦଣ୍ଡା ପଞ୍ଚାୟତର କିପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ଏବଂ ପଞ୍ଚାୟତବାସୀ ସମସ୍ତ ଯୋଜନାର ଲାଭ କିପରି ପାଇପାରିବେ ତାହା ମଧ୍ୟ ଆଲୋଚନା ହୋଇଥିଲା। ଏହି ସଭାରେ ସାନକୋଦଣ୍ଡା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ ନାୟକ, ବରିଷ୍ଠ ବିଜେପି ନେତା ସୁବାସ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ବସନ୍ତ ପ୍ରଧାନ, ବଡପଥରା ଗ୍ରାମର ବରିଷ୍ଠ ବିଜେପି ନେତା ବିପ୍ର ଚରଣ ବିଷୋୟୀ, ସାନକୋଦଣ୍ଡା ଗ୍ରାମର ୱାଡ଼ସଭ୍ୟ ଗୁରୁମୁର୍ତ୍ତି ପ୍ରଧାନ, ସୈନ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶଙ୍କର ନାରାୟଣ ଭୂୟାଁ, ମହାଗୁଡା ଗ୍ରାମର ବରିଷ୍ଠ ନେତା ବାଞ୍ଛାନିଧି ଗୌଡ଼ଙ୍କ ସମେତ ସାନକୋଦଣ୍ଡା ପଞ୍ଚାୟତର ଅନେକ ବିଜେପି କର୍ମୀ ଯୋଗଦେଇଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post