ଭଞ୍ଜନଗର :ମୋ ନିୟୁଜ ଓଡିଶା ଭଞ୍ଜନଗର ଅଞ୍ଚଳର ଯୁବ ସାମ୍ବାଦିକ ଦୁଷ୍ମନ୍ତ ପ୍ରଧାନଙ୍କ ପିତା ଭକ୍ତ ରାମ ପ୍ରଧାନଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଭକ୍ତ ରାମ ଜଣେ ମେଳାପୀ ଓ ପରୋପକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ। ବିଭିନ୍ନ ମଠ ମନ୍ଦିରରେ ସେବା କାର୍ଯ୍ୟ ଓ ପୁଜା ଅର୍ଚ୍ଚନା କରୁଥିଲେ। ବୃକ୍ଷ ରୋପଣ, ଗୋ ପୂଜନ ଭଳି ଅନେକ କାର୍ଯ୍ୟ କରି ଆସୁଥିଲେ। ଗତ କାଲି ତାଙ୍କର ମୁଣ୍ଡରେ ଆଘାତ ହେବାଯୋଗୁଁ ପ୍ରଥମେ ଭଞ୍ଜନଗର ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ପରେ ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ବାଉଁଶଲୁଣ୍ଡିସ୍ଥିତ ନିଜ ବାସ ଭବନକୁ ଅଣାଯାଇ ଥିଲା ତାଙ୍କ ଅନ୍ତିମ କାର୍ଯ୍ୟ ସମାପନ କରାଯାଇଥିଲ। ଶେଷ ସମୟରେ ତାଙ୍କ ପୁଅ ଦୁଷ୍ମନ୍ତ, ଦୁଇ ଝିଅ ସୁପ୍ରଭା, ମନୁ ପ୍ରଭା, ପ୍ରମିଳା, ନାତି ନାତୁଣୀ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ତାଙ୍କୁ ଶେଷ ଦର୍ଶନ ନିମନ୍ତେ ଭଞ୍ଜନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, କବି ସମ୍ରାଟ ମିଡ଼ିଆ କ୍ଲବ ସଭାପତି ପ୍ରଦୀପ ସ୍ୱାଇଁ, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କ ସହ ବହୁ ସଭ୍ୟ ତଥା ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା