ବ୍ଲକସ୍ତରୀୟ ଡ଼ିଜିଟାଲ ଫସଲ ସର୍ବେକ୍ଷଣ ସଚେତନତା ଅଭିଯାନ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ବ୍ଲକସ୍ତରୀୟ ଡ଼ିଜିଟାଲ ଫସଲ ସର୍ବେକ୍ଷଣ ସଚେତନତା ଅଭିଯାନ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ନରି ସଭା ନାଇକ, ଉପାଧ୍ୟାକ୍ଷା, କୃଷି ଜିଲ୍ଲା ଅଧିକାରୀ ଭଞ୍ଜନଗର, ତହସିଲଦାର ଭଞ୍ଜନଗର, ବ୍ଲକ କୃଷି ଅଧିକାରୀ ଭଞ୍ଜନଗର, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଡିଜିଟାଲ କ୍ରପ ସର୍ଭେର ମାଷ୍ଟର ଟ୍ରେନର, ସୁପର ଭାଇଜର, ସର୍ଭେୟର ଉପସ୍ଥିତ ଥିଲେ। ଡିଜିଟାଲ କ୍ରପ ସର୍ଭେ ମାଧ୍ୟମରେ ଗୋଟେ ସର୍ଭେୟର ଚାଷୀଙ୍କ ପ୍ଲଟକୁ ଯାଇ ଚାଷୀର ପ୍ଲଟରେ କେଉଁ ଚାଷ କରାଯାଇଅଛି ତାହା ଗୋଟେ ଇ-ଚାଷ ଆପରେ ଏଣ୍ଟ୍ରି କରିବ। ଯାହା ଦ୍ୱାରା ରାଜ୍ୟ ତଥା ଜିଲ୍ଲା ଶ୍ରେଣୀୟ ଅଧିକାରୀ ଗଣ ଜାଣିପାରିବେ ଚାଷୀର ଜମିରେ କି ପ୍ରକାର ଚାଷ କରାଯାଇଅଛି । ଚାଷୀ ଜମିର ସଠିକ ତଥ୍ୟ ସର୍ଭେୟର ଏଣ୍ଟ୍ରି କରିଥାଏ ଏବଂ ତାକୁ ସୁପର ଭାଇଜର ଅନୁମୋଦନ କରିଥାଏ। ଭଞ୍ଜନଗର ବ୍ଲକରେ ୬୭୦୦୦ ପ୍ଲଟ ସର୍ଭେ କରିବା ପାଇଁ ଏବଂ ଏଥି ପାଇଁ ତୃଣ ମୂଳ ସ୍ତରରେ କାମ କରିବା ପାଇଁ ୧୨୦ ସର୍ଭେୟର, ୨୨ ସୁପର ଭାଇଜର, ୩ ଟି ମାଷ୍ଟର ଟ୍ରେନର ଏବଂ ୪ ଟି ଭେରିଫାଏର ସହ ୩ ଜଣ ବ୍ଲକ ସୁପର ଭିଜିଅନ ଅଫିସର ଚୟନ କରାଯାଇ ଅଛି। ସର୍ଭେୟର ମାନଙ୍କ ସଂଖ୍ୟା ଆହୁରି ବଢେଇକି ପ୍ଲଟ ସର୍ଭେ କାର୍ଯ୍ୟ ଶୀଘ୍ର ସାରିବା ପାଇଁ କୃଷି ଜିଲ୍ଲା ଅଧିକାରୀ ନିର୍ଦେଶ ଦେଲେ, ବ୍ଲକ ଅଧକ୍ଷ ଏବଂ ଉପାଧ୍ୟାକ୍ଷା ଗ୍ଧରବଜ୍ଞ ଙ୍ଗକ୍ଟକ୍ସଳ କରିକି କାମ କଲେ ଶୀଘ୍ର କାମ ସରିବ ବୋଲି ଆହ୍ୱାନ ରଖିଲେ। ବ୍ଲକ କୃଷି ଅଧିକାରୀ ଏବଂ ସହକାରୀ କୃଷି ଅଧିକାରୀ ଡିଜିଟାଲ କ୍ରପ ସର୍ଭେର ଟ୍ରେନିଂ ଦେଇଥିଲେ। କାର୍ଯ୍ୟ ସଂଯୋଜନା କରିଥିଲେ ଭଞ୍ଜନଗର ସହକାରୀ କୃଷି ଅଧିକାରୀ ଦିବ୍ୟ ରଞ୍ଜନ ମାଝୀ। 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post