ମୋ ନିୟୁଜ ଓଡିଶା ମୋହନ ସରକାର ଙ୍କ ଦୋମୁହାଁ ନିତି, ମିଛ ପ୍ରତିଶୃତି ବିରୋଧରେ ଜନସାଧାରଣଙ୍କୁ ସଚେତନ କରିଛି ବିଜେଡି । ଭତ୍ତାଧାରୀଙ୍କ ମାସିକ ଭତ୍ତାକୁ ୩ ହଜାର ଓ ୩ ହଜାର ୫ ଶହକୁ ବୃଦ୍ଧି କରିବାକୁ ନିର୍ବାଚନି ଇସ୍ତାହାର ରେ ପ୍ରତିଶୃତି ଦେଇଥିଲା ବିଜେପି । କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରି ପ୍ରହେଳିକା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ବିଜେପି ଜୁମଲାକୁ ବିରୋଧ କରି ରଣହୁଙ୍କାର ଦେଇଛି ବିଜେଡି ।ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଏନେଇ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଂଗଳବାର ପୂର୍ବାହ୍ନରେ ବେଗୁନିଆପଡ଼ା ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସଚେତନତା କରାଯାଇଛି। ବିଜେପି ସରକାର ରାଜ୍ୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ନାହିଁ। ସାମାଜିକ ପେନସନ୍ ଯୋଜନାରେ ବୃଦ୍ଧ ବୃଦ୍ଧାଙ୍କୁ ୩୦୦୦ ଟଙ୍କା ଦିଆଯିବ ବୋଲି କହି ଆଜି ତାହା ପୂରଣ କରୁନି। ଏଭଳି ଅଭିଯୋଗ କରିଛି ବିଜେଡି।ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩ ହଜାର ଓ ୩ ହଜାର ୫ ଶହ ଟଙ୍କା ଭତ୍ତା ଦେବ ବୋଲି କହିଥିଲା । ହେଲେ ବଜେଟରେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ଏହି ବର୍ଦ୍ଧିତ ଭତ୍ତା ପାଇବା ବ୍ୟବସ୍ଥା କରାଯାଇଛି । ଯାହାଦ୍ବାରା ୫୨ ଲକ୍ଷ ଭତ୍ତାଧାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା କରିଛି ବିଜେପି ସରକାର । ବିଜେପିର ଏଭଳି ଚଞ୍ଚକତାକୁ ବିରୋଧ କରି ରଣହୁଙ୍କାର ଦେଇଛି ବିଜେଡି । ଭତ୍ତା ବୃଦ୍ଧି କରିବା ଦାବିରେ ମହାମହିମ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବେଗୁନିଆପଡ଼ା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀକଂ ଜରିଆରେ ପଠା ଯାଇଛି। ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରମୋଦ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ବିଜେଡି ବ୍ଲକ ସଭାପତି ସିମାଞ୍ଚଳ ସାମିଲ୍, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ,ସରପଞ୍ଚ ଶିବ ଶଙ୍କର ବାରିକ, ସନ୍ତୋଷ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ପରିଡା, ଦଣ୍ଡୁ ପ୍ରଧାନ ଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସରପଞ୍ଚ, ସମିତି ସଭ୍ୟ, ବିଜେଡିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି।ରାଜ୍ୟ ସରକାର ଭତ୍ତା ଭେଳିକି ବନ୍ଦ ନ କଲେ, ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Tags:
ଆଞ୍ଚଳିକ