ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଓବାଦୀଙ୍କ ଆକ୍ରମଣରୁ ବାପାଙ୍କ ଜୀବନ ରକ୍ଷା କଲା ନାବାଳିକା ଝିଅ। କଥାଟି ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ପ୍ରଚ୍ଛଦପଟ ଘଟଣାଟି ଜାଣିଲେ ଆପଣ ବି ଝିଅକୁ ବାଃ ବାଃ ନକରି ରହିପାରିବେ ନାହିଁ। ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାର। ଗତକାଲି ସନ୍ଧ୍ୟା ପାଖାପାଖି ୭ ସମୟରେ ୪ଟି ମଟରସାଇକେଲରେ ୮ ଜଣ ମାଓବାଦୀ ଝାରଗାଁରେ ପହଞ୍ଚିଥିଲେ। ଗ୍ରାମର ସମୋଧର କୋରାମ ଏବଂ ତାଙ୍କ ଘରେ ଥିଲେ।ସମୋଧରଙ୍କ ପତ୍ନୀ କୌଣସି କାମ ପାଇଁ ପଡୋଶୀ ଘରକୁ ଯାଇଥିଲେ। ଏତିକି ବେଳେ ମାଓବାଦୀ ମାନେ ସମୋଧରଙ୍କୁ ଡାକିଥିଲେ। ସେ ଘର ବାହାରକୁ ଆସିବା କ୍ଷଣି ମାଓବାଦୀ ମାନେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ସମୋଧରଙ୍କ ଛାତି ଗଭୀର ଆଘାତ ଲାଗିଥିବା ବେଳେ ସେ ଭୀଷଣ ଚିତ୍କାର କରିଥିଲେ।ଏତିକି ବେଳେ ବାପାର ପାଟି ଶୁଣି ୧୭ ବର୍ଷୀୟ ଝିଅ ସୁଶୀଳା ଘଟଣା ସ୍ଥଳରେ ପହଞ୍ଚି ମାଓବାଦୀଙ୍କୁ ବିରୋଧ କରିଥିଲେ।ମାଓବାଦୀ ମାନେ ଧରିଥିବା ଧାରୁଆ ଅସ୍ତ୍ରକୁ ସୁଶୀଳା ଛଡାଇ ନେବା ସହ ଜୋର୍ ଜୋର୍ରେ ଡାକ ପକାଇଥିଲା। ଝିଅର ଡାକ ଶୁଣି ପାଖ ପଡିଶା ଏବଂ ଗ୍ରାମବାସୀ ମାନେ ପହଞ୍ଚିବା ଦେଖି ମାଓବାଦୀ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଆକ୍ରମଣରେ ଆହତ ହୋଇଥିବା ସମୋଧରଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଝିଅର ସାହସିକତା ଯୋଗୁଁ ବାପାର ଜୀବନ ବଞ୍ଚିଯାଇଛି। ଏହି ଘଟଣା ପ୍ରସାରିତ ହେବା ପରେ ଝିଅର ସାହସିକତାକୁ ସ୍ଥାନୀୟ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି। ତେବେ ମାଓବାଦୀ ମାନେ ସମୋଧରଙ୍କୁ କାହିଁକି ମାରିବାକୁ ଆସିଥିଲେ ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ ଇନଫର୍ମର ସନ୍ଦେହ କିମ୍ବା ସମୋଧର ପୂର୍ବରୁ ମାଓ ସଂଗଠନର ସଦସ୍ୟ ହୋଇ ପାରିଥାନ୍ତି ବୋଲି ଅନୁମାନ କରାଯାଉଛି।