ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ରୂପେ ହରିଶଙ୍କର ନିଆଲ ଯୋଗଦାନ କରିଥିବାରୁ ବ୍ୟାଙ୍କ ପରିସର ଭିତରେ ଶ୍ରୀଯୁକ୍ତ ନିଆଲଙ୍କୁ ସ୍ୱାଗତ କରାଯାଇଛି l ଏହି ଅବସରରେ ହରେକୃଷ୍ଣ ଜେନା ଏଲ.ଡି.ଏମ୍ ଭାବରେ ଯୋଗଦାନ କରିଥିବାରୁ ଶ୍ରୀଯୁକ୍ତ ଜେନାଙ୍କୁ ମଧ୍ୟ ସ୍ୱାଗତ ଦିଆଯାଇଛି l ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ସ୍ୱାଗତ ଜଣାଇଵା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଏହି ପରିପ୍ରେକ୍ଷୀରେ ଅନ୍ୟାୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉତ୍ସାହିତ ହୋଇଥିଲେ l ଶ୍ରୀଯୁକ୍ତ ନିଆଲ ବ୍ୟାଙ୍କର ଗ୍ରାହକ ମାନଙ୍କୁ ଉତ୍ତମ ସେବା ଦିଆଯିବ ତା ' ବିଷୟରେ ଗୁରୁତ୍ୱ ଦେବା ପାଇଁ ଚେଷ୍ଟା କରିବେ ବୋଲି ବକ୍ତବ୍ୟ ରଖିଛନ୍ତି l
Tags:
ଆଞ୍ଚଳିକ