ରେୟାଂଶି ପ୍ରିୟାଙ୍କ ଦ୍ୱିତୀୟ ଜନ୍ମ ବାର୍ଷିକୀରେ ବୃକ୍ଷ ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ରେୟାଂଶି ପ୍ରିୟାଙ୍କ ଦ୍ୱିତୀୟ ଜନ୍ମ ବାର୍ଷିକୀରେ ତାଙ୍କର ପିତା ନବ କୁମାର ବିଷୋୟୀ ବୃକ୍ଷରୋପଣ କରିବା ସହିତ ୪୦୦ ବୃକ୍ଷ ଗ୍ରାମବାସୀଙ୍କୁ ବଣ୍ଟନ କରିଛନ୍ତି । ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଖମାରେଡ଼ି ଗ୍ରାମର ନବ କୁମାର ବିଷୋୟୀ ତାଙ୍କ ଝିଅର ଝିଅର ଜନ୍ମ ଦିନକୁ ଅଧିକ ସ୍ମରଣୀୟ କରିବା ଏବଂ ଗ୍ରାମବାସୀଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ କରି ଗ୍ରାମବାସୀଙ୍କୁ ବୃକ୍ଷ ବଣ୍ଟନ କରିଥିଲେ । ସଚେତନତା ସଭାରେ ମୁଖ୍ୟ ଅତିଥିଭାବେ ଘୁମୁସର ଜିଲ୍ଲାର ଉପସଭାପତି ଶ୍ରୀ ଅଯୋଦ୍ଧାନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଡ଼ୁମାକୁମ୍ପା ସରପଞ୍ଚ ପ୍ରତିନିଧି ଶ୍ରୀ ପ୍ରତାପ ନାୟକ, ସମିତିସଭ୍ୟ ପ୍ରତିନିଧି ନାରାୟଣ ବେହେରା, କବିସମ୍ରାଟ ମିଡ଼ିଆ କ୍ଲବ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଅବସରପ୍ରାପ୍ତ ସହଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀମସେନ ବାରିକଙ୍କ ସମେତ ବିଜୟ କୁମାର ବିଷୋୟୀ ଏବଂ ନିଜର ପିତା କୃଷ୍ଣ ଚନ୍ଦ୍ର ବିଷୋୟୀ ଉପସ୍ଥିତ ରହି ରେୟାଂଶି ପ୍ରିୟାଙ୍କୁ ଆର୍ଶିବାଦ ପ୍ରଦାନ କରିବା ସହିତ ବୃକ୍ଷ ରୋପଣ ପରି ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ ପ୍ରଶଂସା କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ନିଜ ଜନ୍ମଦିନରେ ଗୋଟିଏ ବୃକ୍ଷରୋପଣ କରି ତାର ଯତ୍ନ ନେଲେ ପରିବେଶର ସୁରକ୍ଷା ହୋଇ ପାରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମାଜସେବୀ ଚିନ୍ମୟ କୁମାର ବେବର୍ତ୍ତା । ସମସ୍ତ ଅତିଥିମାନଙ୍କ ସହିତ ଉପସ୍ଥିତ କବିସମ୍ରାଟ ମିଡ଼ିଆ କ୍ଲବର ସମସ୍ତ ସାମ୍ବାଦିକ, ସ୍ୱେଚ୍ଛାସେବୀ, ଗ୍ରାମବାସୀମାନଙ୍କୁ ଶ୍ରୀ ବିଷୋୟୀ ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମର ଯୁବ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ନିଜ ପରିବାର ସହିତ ରେୟାଂଶି ପ୍ରିୟା କେକ୍‍ କାଟିଥିଲେ ଏବଂ ଶ୍ରୀ ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା



Post a Comment

Previous Post Next Post