(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ପାତ୍ରପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ତଥା ରାଜ୍ୟରେ ରାଜନୀତିରେ ସବୁ ବେଳେ ଗୁରୁତ୍ବ ବହନ କରୁଥିବା ଚିକିଟି ନିର୍ବାଚନ ମଣ୍ଡଳୀରେ ବିଜୟ ପାଇଁ ପାତ୍ରପୁର ସ୍ଥିତ ମା କୁଠାରୀଙ୍କ ପୀଠରେ ଏକ ଭିନ୍ନ ପ୍ରକାରର ମାନସିକ କରାଯାଇଥିଲା । ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ପାଇଁ ଜଣେ ଯୁବକ ମାନସିକ କରିଥିଲେ । ବିଜେଡି ପାର୍ଥିଙ୍କୁ ୬୫୨୨ ଖଣ୍ଡ ରେ ଭୋଟରେ ବିଜେପି ପାର୍ଥି ମନୋରଞ୍ଜନ ଦ୍ୟାନ ସାମନ୍ତରା ପରାସ୍ତ କରିଥିଲେ । ମାନସିକ ଅନୁଯାୟୀ ମଙ୍ଗଳବାର ମାନସିକ ଧାରି ଜଣକ ୬୫୨୨ ଖଣ୍ଡ ନଡ଼ିଆ ଭାଙ୍ଗିଛନ୍ତି । ଚିକିଟି ନବ ନିର୍ବାଚିତ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମା କୁଠାରୀଙ୍କ ପହଞ୍ଚି ମାଙ୍କ ନିକଟରେ ଦୀପ ଲଗାଇ ପ୍ରଥମେ ନଡ଼ିଆ ଭାଙ୍ଗିଥିଲେ । ପରେ ଗ୍ରାମର ଯୁବକ ଓ ଅଞ୍ଚଳର ବହୁ ଯୁବକ ମାନେ ମିଶି ମନ୍ଦିର ପରିସରରେ ୬୫୨୨ ଗୋଟି ନଡ଼ିଆ ଭାଙ୍ଗିଥିଲେ । ନଡ଼ିଆ ଭାଙ୍ଗିବା ସମୟରେ ବିଧାୟକ ଙ୍କ ସ୍ତ୍ରୀ ମୀନା ଦ୍ୟାନ ସାମନ୍ତରା, ପାତ୍ରପୁର ବ୍ଳକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ଯୁବ ନେତା ଈ. କାଳିଦାସ ରେଡ୍ଡୀ, ନାରୀନେତ୍ରୀ ଲଳିତା ପ୍ରଧାନ, ବାଦଲ ପ୍ରଧାନ, କିରଣ ଅଧିକାରୀ, ଅଲେଖ କନ୍ୟାରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।