(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁର ଗୋସାଇଁ ନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜ୍ଞାନ ବିଜ୍ଞାନ ମେଳା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି ।ଏହି ଜ୍ଞାନ ବିଜ୍ଞାନ ମେଳା ରେ ଦକ୍ଷିଣ ପୂର୍ବ ସମ୍ଭାଙ୍ଗର ସଂପାଦକ ଦୀପକ୍ କୁମାର ମହରଣା ଙ୍କ ଉପସ୍ଥିତି ରେ କୁନି କୁନି ବୈଜ୍ଞାନିକ ମାନଙ୍କୁ ପ୍ରୋତ୍ସାହନ ଦେଈ ଦ୍ଵୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମାନ୍ନିତ ଅତିଥି ଭାବେ ଲିଙ୍ଗରାଜ ଜେନା ଯୋଗଦେଇଥିଲେ। ଗୋସାଇଁ ନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ବୈଜ୍ଞାନିକ ମାନେ ବାୟୁପ୍ରଦୁଷଣ କେମିତି ହେଉଛି,ବୃକ୍ଷ ରୋପଣ କରିବା,ଜଳସେଚନ,ଗାଡି,କଳ କାରଖାନା ରୁ ନିର୍ଗତ ହୋଈ କିପରି ବାୟୁମଣ୍ଡଳ କୁ ଦୂଷିତ ହେଉଛି ଏହାରି ଉପରେ କୁନି କୁନି ବୈଜ୍ଞାନିକ ମାନେ ନିଜ ନିଜର ବୁଦ୍ଧୀବଳରେ। କିପରି ପ୍ରଦୁଷିତ ବାୟୁମଣ୍ଡଳ କୂ ରୋକାଯାଇ ପାରିବ।ତାରି ଉପରେ ପିଲା ମାନେ ଅତିଥି ଏବଂ ଗୁରୁମା ଗୂରୁଜୀ ମାନଙ୍କୁ ଦେଖାଈ ଥିଲେ।ଅନ୍ୟ ସ୍କୁଲ ର ଗୁରୁମା ଗୂରୁଜୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଜ୍ଞାନ ବିଜ୍ଞାନ ମେଳା ରେ କିପରି ଉନ୍ନତି ଧରଣର ଜ୍ଞାନ ବିଜ୍ଞାନ କୈାଶଳ ସିଖାଈ ଶିର୍ଷ ସ୍ଥାନ ପାଈବେ ସେଥିପାଇଁ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ । ଏହି ବିଜ୍ଞାନ ମେଳା ରେ ପ୍ରାୟ ୫୦୦ କୁନି କୁନି ବୈଜ୍ଞାନିକ ଭାଗ ନେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନାରାୟଣ ପଣ୍ଡା,ସହ ପ୍ରଧାନ ଆଚାର୍ଯ୍ୟ ପତିତପାବନ ଶତପଥି ସ୍ୱାଗତ ଭାଷଣ ଦେଈଥିଲେ। ବିଦ୍ୟାଳୟ ର ସଭାପତି ପ୍ରଦୀପ କୁମାର ଦାସ ବିଜ୍ଞାନ ମେଳା ରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଗୋସାଇଁ ନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିଜ୍ଞାନ ମେଳା କୁ ସ୍କୁଲର ଏନ୍ ସି ସି ଶିକ୍ଷକ ତ୍ରୀଲୋଚନ ପାତ୍ର, ବରିଷ୍ଠ ଗଣିତ ଆଚାର୍ଯ୍ୟ ବିବେକାନନ୍ଦ ପାଢୀ, ବରିଷ୍ଠ ଆଚାର୍ଯ୍ୟା ସୁଜତା ରାଣୀ ଦାସ, ସ୍ଵର୍ଣ୍ଣ ଲତା ପଟ୍ଟନାୟକ,ଅମିତା କୁମାରୀ ପାଢ଼ୀ,ସରୋଜ କୁମାର ତ୍ରୀପାଠୀ ରାଜେନ୍ଦ୍ର କୁମାର ପୋଲାଈ, ଏବଂ ସ୍କୁଲର ସମସ୍ତ ଗୁରୁମା ଗୂରୁଜୀ ମାନେ ଏହି କାର୍ଯ୍ୟକ୍ରମ କୁ ଅତି ଶୃଙ୍ଖଳା ର ସହିତ ସମାପନ କରିଥିଲେ।
Tags:
ଆଞ୍ଚଳିକ