ମରଣଜନ୍ତା ପାଲଟିଛି ବାଲିମେଳା ମାଲକାନଗିରି ମୁଖ୍ୟରାସ୍ତା। ଅଧାପନ୍ତରିଆ ଅବସ୍ତାରେ ପଡିରହିଛି ରାସ୍ତା ମରାମତି କାର୍ଯ୍ୟ। କ୍ରସର ଗୁଣ୍ଡ ପକାଇ ରୋଲର ଚଳାଇବାକୁ ଯାତ୍ରୀଙ୍କ ଦାବି

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତାର ମରାମତି ନିମନ୍ତେ ଠିକାଦାରଙ୍କ ଦ୍ୱାରା ଖୋଳା ଯାଇଥିବା  ସ୍ଥାନ ମାନଙ୍କରେ ରାସ୍ତା ଏବେ ପାଲଟିଛି ମରଣଜନ୍ତା । ରାସ୍ତା ଖରାପ ଥିବାରୁ ଆଜି ବାଲିମେଳା  ମାଲକାନଗିରି ମୁଖ୍ୟ ରାସ୍ତା ତଥା ବାଲିମେଳା ଛକଠାରୁ ପ୍ରାୟ ଏକ କିମି ମଧରେ ରାସ୍ତାରେ ଥିବା କାଦୁଅର ଏକ ସିମେଣ୍ଟ ବୋଝେଇ ଟ୍ରକ ଦବି ଯିବାରୁ ସେଠାରେ ଦୀର୍ଘଘଣ୍ଟା ଧରି ଫସି ରହିଥିଲା । କିଛି ଘଣ୍ଟା ପରେ ଏକ ଜେସିଭି ସାହାର୍ଯ୍ୟରେ ଉକ୍ତ ଟ୍ରକଟିକୁ  ସେଠାରୁ ବାହାର କରାଯାଇଥିଲା । ମଝି ରାସ୍ତାରେ ଟ୍ରକ ଅଟକି ରହିବା ଯୋଗୁ ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘଘଣ୍ଟା ଧରି ଶତାଧିକ ଗାଡି ମୋଟର ଅଟକି ରହିଥିଲା ।ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ରାସ୍ତା ମରାମତି କରାଯିବା ନିମନ୍ତେ ପୂର୍ତ୍ତବିଭାଗ ପକ୍ଷରୁ ପ୍ରାୟ ଗତବର୍ଷ ନଭେମ୍ବର ମାସରେ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ଟେଣ୍ଡର କରାଯାଇଥିଲା । ଟେଣ୍ଡର ପ୍ରକ୍ରିୟା ସରିବା ପରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ବି ଏମ ଏସ କଂଷ୍ଟ୍ରକସନ ନାମକ ଠିକା ସଂସ୍ଥାକୁ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ପରେ ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟ ଠିକା ସଂସ୍ଥା ପକ୍ଷରୁ ଜୋରସୋରରେ ଆରମ୍ଭ ହୋଇଥିଲା ।ବର୍ତ୍ତମାନ ଏହି ମୁଖ୍ୟ ରାସ୍ତାର ବାଲିମେଳା ଛକ ଠାରୁ ପ୍ରାୟ ଏକ କିଲୋମିଟର ମଧ୍ୟରେ ଦୁଇଟି ସ୍ଥାନରେ ରାସ୍ତା ମରାମତି ନିମନ୍ତେ ରାସ୍ତାରୁ ପିଚୁ ଓ ମେଟାଲ  କଢା ଯାଇଛି ।ସେହିପରି ଦାନିଗୁଡା ଛକ , ଟେକଗୁଡା ଗ୍ରାମ ନିକଟ ମୁଖ୍ୟ ରାସ୍ତାରୁ ପିଚୁ କଢ଼ାଯିବା ସହ ଉକ୍ତ ରାସ୍ତାର ଅଧା ରାସ୍ତାରେ ମାଟି ଜମାହୋଇ ରହିଛି।ଲଗାଣ ବର୍ଷା ଯୋଗୁ ରାସ୍ତା ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।ମୁଖ୍ୟ ରାସ୍ତାରେ ଖୋଳା ଯାଇଥିବା ସ୍ଥାନରେ ବଡ଼ ବଡ଼ ଖାଲ ଖମାରେ ପୂର୍ଣ ଥିବାରୁ ବର୍ଷା ହେଲେ ଉକ୍ତ ଖାଲ ଖମାରେ ପାଣି ପଶି କୁତ୍ରିମ ପୋଖରୀ ସୃଷ୍ଟି ହେଉଛି।ଏହି ସ୍ଥାନ ମାନଙ୍କରେ ମାଟି କାଦୁଅ ଭର୍ତ୍ତି ହୋଇ ରହିଛି। ଯାହା ଫଳରେ ଏଠାରେ ଅନେକ ସମୟରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ଖୋଳା ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏଭଳି ସ୍ଥିତିରେ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ମୁଖ୍ୟ ରାସ୍ତାରେ ଖୋଳା ଯାଇଥିବା ସ୍ଥାନ ଗୁଡିକର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଏ ସମ୍ପର୍କରେ ରାସ୍ତା ଦାୟିତ୍ୱରେ ଥିବା ପୂର୍ତ୍ତବିଭାଗର ଏସଡିଓ ତପନ ମାହାଲିକଙ୍କୁ ପଚାରୁବାରୁ ସେ କହିଥିଲେ ଯେ, ବର୍ଷା ଯୋଗୁ କାମ ବନ୍ଦ ରହିଛି ।ଉକ୍ତ ରାସ୍ତା ଗୁଡିକର ତୁରନ୍ତ ମରାମତି କରାଯିବ।


Post a Comment

Previous Post Next Post