ଭଞ୍ଜନଗର :ମୋ ନିୟୁଜ ଓଡିଶା ଆଇପିଏସ ଓ ସିଆରପିଏସକୁ ବଦଳାଇ ଯେଉଁ ନ୍ୟାୟ ସହିତା ନାଁ ରେ ଯେଉଁ ନୂଆଁ ଆଇନ ତିଆରି ହୋଇଛି ତାହା ନାଗରିକଙ୍କ ପାଇଁ କେତେ ଲାଭବାନ ହେବ, ସେ ବିଷୟରେ ଏକ ଆଲୋଚନା ଚକ୍ର ଘୁମୁସର ଅଞ୍ଚଳର ଅଗ୍ରଣୀ ରାଧା କୃଷ୍ଣ ପାଠାଗାର ଦ୍ୱାରା ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଭଗବାନ ସାହୁ ଓ ଗ୍ରୀନ ନୋବେଲ ପୁରସ୍କାର ପ୍ରାପ୍ତ ପରିବେଶବିତ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ଆଇନଜୀବି ଅଭିମନ୍ୟୁ ଗୌଡ଼ ଓ ରାଧାକୃଷ୍ଣ ପାଠାଗାର ସଭାପତି ନିରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ କହିଥିଲେ ଯେ ପରିବର୍ଦ୍ଧିତ ଆଇନରେ କୌଣସି ନୂତନତା ନାହିଁ। କେବଳ ନୂଆଁ ବୋତଲରେ ପୁରୁଣା ମଦ ରଖିଲା ପରି ହୋଇଛି। ମଂଚାସୀନ ସମ୍ମାନିତ ଅତିଥି ଆଇନଜୀବୀ ଅଭିମନ୍ୟୁ ଗୌଡ଼ ଆଲୋଚନା କ୍ରମରେ କହିଲେ ଯେ, “ହିଟ୍ ଏଣ୍ଡ ରନ” ଆଇନ ଦ୍ୱାରା ଗରିବ ଗାଡ଼ି ଚାଲକ ମାନଙ୍କର ଜୀବିକା ଉପରେ ଆକ୍ରମଣ ହୋଇଛି ଏବଂ ୧୨୪ ଇ ରାଜଦ୍ରୋହ ଆଇନ ପରିବର୍ତନ କରି ୧୫୦ ଧାରାରେ ସ୍ଥାନିତ କରାଇ ଏହାକୁ କଠୋରତା କରାଯାଇଛି ବୋଲି ମତ ବ୍ୟକ୍ତି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମ ଚରଣ ପ୍ରଧାନ ଓ ପୂର୍ବତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ପ୍ରଫୁଲ୍ଲ ସାମନ୍ତରାଙ୍କ ତ୍ୟାଗ, ଆଦିବାସୀ ଓ ଅନଗ୍ରସର ଜନତାଙ୍କ ଭୂମି ଅଧିକାର ପାଇଁ ଲଢେଇ ସମ୍ୱନ୍ଧରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଭଞ୍ଜନଗର ଓକିଲ ସଂଘର ଅନେକ ଆଇନଜୀବୀ ରମେଶ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଅଶୋକ ଗୌଡ଼, ଅଳକା ମଞ୍ଜରୀ ପଟ୍ଟନାୟକ, ମନୋଲିମା ଗୌଡ଼, ମନୋଜ ଭୂୟାଁ, ଲକ୍ଷ୍ମୀ ରାଉତ, ଶୁଭ୍ରମନ୍ୟୁ ରାଓ ସମେତ ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ, ସାମ୍ବାଦିକ, କୂର୍ମୀ କ୍ଷତ୍ରିୟ ଅଞ୍ଚଳ ସମ୍ପାଦକ ବୈଦ୍ୟନାଥ ପ୍ରଧାନ, ପ୍ରଦେଶ ସମ୍ପାଦକ ବିଶ୍ୱନାଥ ରାଉତ, ତାରିଣୀ ନାୟକ, ଯୁଧିଷ୍ଠିର ଗୌଡ଼, ବିକଳ ପାତ୍ର, ସୁରେନ୍ଦ୍ର ପଟ୍ଟନାୟକ, ବିପ୍ରଚରଣ ନାୟକ, ଘୁମୁସର ଖଡରା ସମାଜର ସମ୍ପାଦକ ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ, ଲକ୍ଷ୍ମଣ ନାୟକ,ପଞ୍ଚଭୂତି ସରପଞ୍ଚ ଶ୍ୟାମଘନ ସେଠି, କୈଳାଶ ପଣ୍ଡା, ମାଧବ ନାୟକ ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ। ସମ୍ପାଦକ ଭଂଜକିଶୋର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


