ଭଞ୍ଜନଗର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ହୋଇଥିବା ମଦ ମୃତ୍ୟୁର ପ୍ରଭାବ ବେଶ ଭାବରେ ପଡିଛି ଅବକାରୀ ବିଭାଗ ଉପରେ, ଯେଉଁ ଅବକାରୀ ବିଭାଗର ନାକ ତଳେ ଦେଶୀ ମଦ ଓ ଗଞ୍ଜାଇ ପରି ମାଦକ ଦ୍ରବ୍ୟର ବହୁଳ ବିକ୍ରି ହେଉଛି ସେତେବେଳେ ଅବକାରୀ ଭଞ୍ଜନଗର ବିଭାଗ ଲୋକ ଦେଖାଣିଆ କିଛି ଜାଗାରେ ଚଢ଼ାଉ କରି ନିଜର ଦାୟତ୍ୱ ତୁଳାଇ ଦେଇଛି। ସୂଚନାଯୋଗ୍ୟ ଯେ ଭଞ୍ଜନଗର ସହର ଛାତି ଉପରେ କିଛି ନିର୍ଦ୍ଧିଷ୍ଟ ସାହିରେ ଦେଶୀ ମଦ ଖୁଲମ ଖୁଲା ବିକ୍ରି ହେଉଛି। ଏହା ବ୍ୟତୀତ ଭଞ୍ଜନଗର ଉପଖଣ୍ଡ ସଂଲଗ୍ନ କିଛି ଅଞ୍ଚଳରେ ବେଧଡକ ନିଶା କାରବାର, ଦେଶୀ ମଦ ବିକ୍ରି ହେଉଛି। ଏସବୁ ଅଞ୍ଚଳରେ ମଦ ବିକ୍ରି ହେଉଥିବା ଜାଣିଲେ ସୁଦ୍ଧା ସେମିତି କିଛି କାର୍ଯ୍ୟନୁଷ୍ଠାନ ଅବକାରୀ ବିଭାଗ କିମ୍ବା ପୋଲିସ ବିଭାଗ ନେଉ ନାହାନ୍ତି। ଭଞ୍ଜନଗର ଅଂଚଳରେ ବହୁଳ ଭାବରେ ମଦ ବିକ୍ରି ଯୋଗୁ ବହୁ ଯୁବକ ନିଶା ଗ୍ରସ୍ତ ହୋଇ ବୁଲୁଛନ୍ତି ଓ ଯାନବାହନ ସବୁ ଚଳାଉଛନ୍ତି। ନିକଟରେ ଚିକିଟି ମଦ ମୃତ୍ୟୁର ବିଭୀଷିକା ଲୋକଙ୍କ ମନରୁ ଯାଇନି, ଯଦି ବେଳ ଥାଉ ଥାଉ ଅବକାରୀ ବିଭାଗ ଏଥିପ୍ରତି ଧ୍ୟାନ ନ ଦିଅନ୍ତି ତା ହେଲେ ଆଉ ଗୋଟିଏ ମଦ ମୃତ୍ୟୁ ଘଟଣା ଘଟିବା ସୁନିଶ୍ଚିତ। ନିକଟରେ ଭଞ୍ଜନଗର ଅବକାରୀ ବିଭାଗ ତରଫରୁ ବିଭିନ୍ନ ଜାଗାରେ ଚଢ଼ାଉ କରି କୁଲାଡ, ବାରୁଡ, ମଶା ବାଡ଼ି, ଗୁଜୁରାଳି, ଗୁଡିପଲ୍ଲୀ, ବ୍ରହମଣପଦର ଅଞ୍ଚଳରୁ ୪୮୦ ଲିଟର ରନ୍ଧା ମଦ, ୫୯୦୦ ଲିଟର ପୋଚ ନଷ୍ଟ କରିବା ସହ ଆଠ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଏହି ସୂଚନା ଦେଇଛନ୍ତି ଭଞ୍ଜନଗର ଅବକାରୀ ବିଭାଗ ଅଧିକାରୀ ଡମ୍ବରୁଧର ହରିଜନ। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ଅଜିତ କୁମାର ନାୟକ, ଉପ ନିରୀକ୍ଷକ ଅଲିଭା ମାଝୀ, ଏଏସ ଆଇ ଭୁବନୀ ବେହେରା, ସନାତନ ନାହକ, କୃଷ୍ଣ ଚନ୍ଦ୍ର ସେଠି, ଜଗନ୍ନାଥ ମହା ପାତ୍ର, ସ୍ୱାଧୀନ ସାହୁ, ନିରଞ୍ଜନ ବେହେରା ପ୍ରମୁଖ କର୍ମଚାରୀ ମାନେ ସାମିଲ ହୋଇଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


