ଆର,ଉଦୟଗିରିରେ ବଢି ଚାଲିଛି ମଶାଙ୍କ ଉପଦ୍ରବ, ପଞ୍ଚାୟତ ଅଫିସରେ ଟିଫାଯ ମେସିନ ଯୋଗାଇଦିଯାଉ

 


    ଆର,ଉଦୟଗିରିମୋ ନିୟୁଜ ଓଡିଶା -ମନୋଜ କୁମାର ପାଢୀ/  ୨୫/୮/ ୨୪/ ଆର,ଉଦୟଗିରି  ସହରରେ ଘନ ଘନ ବିଦ୍ୟୁତ କାଟ ସାଙ୍ଗକୁ ମଶାଙ୍କ ଆକ୍ରମଣ ବେଡି ଉପରେ କୋରଡ଼ା ମାଡ ସଦୃଶ୍ୟ ହୋଇଛି । ଯେଉଁଠି ଦେଖିବ ଦଳ ଦଳ ମଶା । ଘରେ ବାହାରେ ସବୁଠି ଏକା ପରିସ୍ଥିତି। ଦିନରେ କେମିତି କେମିତି ସଞ୍ଜ ନଇଁଲେ ଆରମ୍ଭ ହୋଇ ଯାଉଛି ମଶାଙ୍କ ରକ୍ତ ଶୋଷଣ ଅଭିଯାନ । ଗୁଳୁଗୁଳି ଯୋଗୁଁ ଲୋକେ ଘରେ ରହି ନପାରି ସନ୍ଧ୍ୟା ସମୟରେ ବାହାରକୁ ଆସୁଛନ୍ତି ହେଲେ ମଶା କେଉଁଠି ବି ରଖେଇ ବସେଇ ଦେଉନାହାନ୍ତି । ସହରରେ ପ୍ରବଳ ମଶା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେବା ସହ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଗଲେଣି । ଦିନକୁ ଦିନ ମଶାଙ୍କ ଦୌରାତ୍ମ୍ୟ ବଢି ଚାଲିଥିବା ବେଳେ ମଶା ମାରିବା ପାଇଁ ପଞ୍ଚାୟତ ପକ୍ଷରୁ  ଟିଫା ମେସିନ ଯୋଗାଇ ଦିଆଯାଇ ନାହିଁ   । ଫଳରେ ମଶା ବଂଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ପଞ୍ଚାୟତର ଅଧିକାଂଶ ଡ୍ରେନ ଦୀର୍ଘ ଦିନ ଧରି ସଫା ନହେବା ଫଳରେ ସେଥି ମଧ୍ୟରେ ଆବର୍ଜନା ଓ ପାଣି ଜମି ରହି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି । ସଞ୍ଜ ନଇଁଲେ ଡ୍ରେନର ରୁ ଅସଂଖ୍ଯ ମଶା ବାହାରୁଛନ୍ତି । ଅନ୍ୟପକ୍ଷରେ ସହରର ଫାଙ୍କା ଜାଗାରେ ଗଢ଼ି ଉଠିଥିବା ଲଟାବୁଦା ଏବଂ ଆବର୍ଜନା ପରିବେଶ ଯୋଗୁଁ ମଶା ପ୍ରବଳ ହେଉଛି । ଏଥି ପ୍ରତି ପଞ୍ଚୟତ  କର୍ତ୍ତୃପକ୍ଷଙ୍କ କୌଣସି ନିଘା ରହୁନାହିଁ । ସହରର ସର୍ବସାଧାରଣ ଜାଗାଗୁଡିକୁ ପଞ୍ଚାୟତ  ପକ୍ଷରୁ ସଫେଇ କରାଯାଉଥିଲେ ହେଁ ସହରରେ ରହିଥିବା ମୁଖ୍ୟରାସ୍ତ କଡରେ ଥିବା  ଜାଗା ଗୁଡିକ ଏବେ ଆବର୍ଜନାମୟ ହୋଇ ରହିଛି । ସେଥି ପ୍ରତି ମଧ୍ୟ  ପଞ୍ଚାୟତ  ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ପଞ୍ଚାୟତ  ପକ୍ଷରୁ ନାଳ ନର୍ଦ୍ଦମା  ସଫେଇ ସହ ମଶା ମରା ଟିଫା ମେସିନର ଯୋଗାଇ ଦେବାକୁ  ସାଧାରଣରେ ଦାବି ହେଉଛି ।

Post a Comment

Previous Post Next Post