ବାଲିମେଳା ଶିଶୁ ବିଦ୍ୟାମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ବାଲିମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଦିନିକିଆ ସଂକୁଳ ସ୍ଥରୀୟ  ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ସ୍ଥିତ ଓର୍କେଲ ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ ମାନସ ରଞ୍ଜନ ବାଗ ଓ ସମ୍ମାନୀତ ଅତିଥି ଭାବେ ଓର୍କେଲ ଥାନା ଏଏସଆଇ ସଞ୍ଜୀବ କୁମାର ଟାକ୍ରି,ଶିକ୍ଷକ ଚିତ୍ତ ରଞ୍ଜନ ନାୟକ, ବିଦ୍ୟାଳୟର ସମ୍ପାଦକ ବିଜୟ କୁମାର ରାଉତ ,  ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ , କୋଷଧକ୍ଷ ଇଂ ରଞ୍ଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।ଏହି ସଂକୁଳ ସ୍ଥରୀୟ ବିଜ୍ଞାନ ମେଳା ରେ  ମୁଖ୍ୟ ଅତିଥି ସମସ୍ତ ଶିଶୁ ଙ୍କୁ ନିଜ ଉଦ୍ବୋଧନରେ କହିଥିଲେ ଯେ ବୈଜ୍ଞାନିକ ମନ ବୃତିକୁ ପରିପୁଷ୍ଟନ କରିବା ହେଉଛି ବିଜ୍ଞାନ ମେଳା ର ମୁଖ୍ୟ ଉଦ୍ଧେଶ୍ୟ । ଏହି କାର୍ଯ୍ୟକ୍ରମ ରେ ବାଲିମେଳା ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ପୁରୋହିତ କରିଥିଲେ। ଏହି ବିଜ୍ଞାନ ମେଳା ରେ ୫ ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ  ବିଜ୍ଞାନ ପ୍ରଶ୍ନମଞ୍ଚ , ବୈଦିକଗଣିତ ପ୍ରଶ୍ନମଞ୍ଚ , ଗଣିତ ପ୍ରୟୋଗ , ଗଣିତ ପତ୍ରବାଚନ , ଲୋକ ନୃତ୍ୟ , ମୂର୍ତ୍ତିକଳା ପ୍ରଦର୍ଶନୀ, ପ୍ରମୁଖ ପ୍ରଦର୍ଶନୀ ଶିଶୁ ମାନଙ୍କ ଦ୍ୱରା  କରାଯାଇଥିଲା । ଏହି ସଂକୁଳ ସ୍ଥରରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଆଗାମୀ ଦିନରେ ହେବାକୁ ଥିବା ବିଭାଗ ସ୍ଥରୀୟ ପ୍ରତିଯୋଗିତା  ଗୁଣୁପୁର ଓ କେସିଙ୍ଗା ରେ ଯୋଗ ଦେବେ ବୋଲି ସଂକୁଳ ସଂଯୋଜକ ପ୍ରମୁଖ ଶ୍ରୀ ତ୍ରିପାଠି କହିଥିଲେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଦ୍ୟାଳୟ ବରିଷ୍ଠ ଆଚାର୍ଯ୍ୟ ଗୌରାଙ୍ଗ ଚରଣ ମହାପାତ୍ର ଏବଂ ପ୍ରଫୁଲ ଚରଣ ସ୍ୱାଇଁ ଙ୍କ ସମେତ ଆସିଥିବା ସମସ୍ତ ବିଦ୍ୟାଳୟ ଯଥା କରୁକୋଣ୍ଡା ,ଚିତ୍ରକୋଣ୍ଡା ,ଖାଇରପୁଟ ,କିଚିପାଲି ଓ ବାଲିମେଳା   ପ୍ରଧାନ ଆଚାର୍ଯ୍ୟ ବୃନ୍ଦ । ବିଚାରକ ଭାବେ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ  ଅଧ୍ୟାପକ ଦେବାଶିଷ ସ୍ୱାଇଁ ,ରସାୟନ ବିଜ୍ଞାନ ର ଅଧ୍ୟାପକ ବିଜୟ କୁମାର କସା , ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ରଥ ଟୁଡୁ ,ବିଜ୍ଞାନ ଶିକ୍ଷକ ଭଗବାନ ପାତ୍ର ,ସତ୍ୟ ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲ।  କାର୍ଯ୍ୟକ୍ରମ କୁ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Post a Comment

Previous Post Next Post