(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର
ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ, ପକ୍ଷରୁ ଋଷିକୁଲ୍ୟା ନଦୀ କୂଳରେ ହାଣ୍ଡିଘର ଓ ଗୋପିନାଥପୁର ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନଦୀକୂଳରେ ବରଗଛ ସହ ୫୦୦ ତାଳଟାଙ୍କୁ ରୋପଣ କରାଯାଇଥିଲା । ତାଳ ଗଛ ଓ ବରଗଛ ବନ୍ୟା ଜଳକୁ ପ୍ରତିହତ କରିବା ସହ ତାଳ ଗଛ ବିଜୁଳି ଚଡକରୁ ଅଞ୍ଚଳକୁ ରକ୍ଷା କରିଥାଏ। ଆଗାମୀ ସପ୍ତାହରେ ଏହି କୂଳରେ ଆଉ ୫୦୦ ତାଳଟାଙ୍କୁ ଓ ୫୦ଟି ବର ଗଛ ରୋପଣ କରାଯିବା ପାଇଁ ସ୍ଥିର କରାଯାଇଅଛି । ଆଜି ଆର୍ଯ୍ୟଭଟ୍ଟ ର ଏହି ବର୍ଷର ବନୀକରଣ କାର୍ଯ୍ୟକ୍ରମର ୪୬ତମ ଦିବସ । ବିଗତ ୪୫ ଦିନ ଭିତରେ ଲଣ୍ଡା ଓ ଆଂଶିକ ଲଣ୍ଡା ପାହାଡ଼ରେ ପୁନଃ ବନୀକରଣ କାର୍ଯ୍ୟକ୍ରମ କରାଯାଇଥିଲା। ଫାଉଣ୍ଡେସନ ତରଫରୁ ଆଗରୁ ବନୀକରଣ କରାଯାଇଥିବା ୨୦ ଟି ପାହାଡ଼ ଓ ନୂଆ ଏକ ଛୋଟ ଲଣ୍ଡା ପାହାଡ଼ରେ ବନୀ କରଣ ପାଇଁ ଶତାଧିକ ଚାରା ସହ ପ୍ରାୟ ୧ ଲକ୍ଷ ୪୦ ହଜାର ମଞ୍ଜି ଗୁଳା ଓ ୬ ଲକ୍ଷ ମଞ୍ଜି ବ୍ୟବହାର କରାଯାଇଥିଲା। ପ୍ରକାଶ ଥାଉକି ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ୨୦୦୮ ଠାରୁ ବିଭିନ୍ନ ମାଧ୍ୟମରେ ପରିବେଶ ସୁରକ୍ଷା ସଚେତନତା ସୃଷ୍ଟି କରିବା ସହ ବ୍ୟାପକ ବୃକ୍ଷରୋପଣ କରି ଆସୁଅଛି। ଏହି କ୍ରମରେ ବିଭିନ୍ନ ଅଞ୍ଚଳରେ ୮୦ ହଜାରରୁ ଉର୍ଦ୍ଧ୍ଵ ଚାରା ରୋପଣ ସହ ଦୁଇଟି ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିଛି ଓ ୨୦ଟି ଲଣ୍ଡା ପାହାଡ଼କୁ ବୀଜ ବପନ, ଚାରା ରୋପଣ ଓ ମଞ୍ଜି ଗୁଳା ସିଞ୍ଚନ ମାଧ୍ୟମରେ ପୁନଃବନୀକରଣ ପାଇଁ ଆର୍ଯ୍ୟଭଟ୍ଟ ବିନା ବାହ୍ୟ ଅନୁଦାନରେ ନିଜସ୍ଵ ପ୍ରୟାସ କରି ଆସୁଅଛି । ଏଥିରେ ଅନେକ ସହୃଦୟ ବ୍ୟକ୍ତି ସ୍ବେଚ୍ଛାସେବୀ ଭାବେ ଯୋଗଦେଇଛନ୍ତି ଓ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗଦେଇ ଆସିଛନ୍ତି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୃକ୍ଷ ପ୍ରେମୀ ଯୋଗୀ ପାଢୀ ଙ୍କ ସମେତ ଆର୍ଯ୍ୟଭଟ୍ଟ ସ୍ୱେଚ୍ଛାସେବୀ ଶକୁନ୍ତଳା ଦେବୀ,ସବିତା ସାହୁକାର, ଅଞ୍ଜଳୀ ମହାନ୍ତି, ସୁଶାନ୍ତ ମହାନ୍ତି,ଭୀରରାଜୁପାତ୍ର, Kଘନଶ୍ୟାମ, ତପନ ରେଡି, ହିମାଂଶୁ ସାହୁକାର,ଶୁଭେନ୍ଦୁ ପାତ୍ର, ମାଧବ ନାୟକ ଓ ସୁଧୀର ରାଉତ ଅଂଶଗ୍ରହଣ କରିଥିଲେ।


