୩୮ ଲକ୍ଷ ଟଙ୍କା ସହ ମାଓ ଡମ୍ପ ଜବତ। ଗୁଳିଗୋଳା , ବାରୁଦ , ସେନ୍ସର ଏବଂ ମାଓ ବର୍ଦି ଜବତ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ସୀମାନ୍ତ ଛତିଶଗଡ ଗରିଆବନ୍ଧ ଏବଂ ଧମତରି ପୁଲିସକୁ ବଡ଼ ସଫଳତା। ଛତିଶଗଡ ରାଜ୍ୟର ବିଭିନ୍ନ ମାଓ ପ୍ରଭାବିତ ଜିଲ୍ଲାରେ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧି ଅପରେସନ ଜାରି ରହିଛି।ମାଓ ପ୍ରଭାବିତ ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟାପକ ଅପରେସନ କରାଯାଉଛି। ଏହି ପ୍ରକରଣରେ ସୂଚନା ମିଳିଥିଲା କି ପ୍ରତିବନ୍ଧିତ ସଂଗଠନ ସିପିଆଇ ମାଓବାଦୀଙ୍କ ବରିଷ୍ଠ ନେତୃତ୍ୱର ନିର୍ଦ୍ଦେଶାନୁସାରେ ସ୍ଥାନୀୟ ମାଓବାଦୀ ମାନେ ଅଞ୍ଚଳର ଧନୀ ବେପାରୀ ଏବଂ ପୁଞ୍ଜିପତି ମାନଙ୍କ ଠାରୁ ଅବୈଧ ଚାନ୍ଦା ଆଦାୟ କରାଯାଇଛି ଏବଂ ସେହି ଧନ ସହିତ ଅନ୍ୟ ମାଓବାଦୀ ସାମଗ୍ରୀ ଗରିଆବନ୍ଧ- ଧମତରୀର ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଇଥିଲେ।ସୂଚନାକୁ ଆଧାର କରି ଗରିଆବନ୍ଧ-ଧମତରି ପୁଲିସ ଏବଂ ସିଆରପିଏଫ୍ ଯବାନଙ୍କୁ ବିଶେଷ ଅପରେସନ ପାଇଁ ୧୦ ତାରିଖରେ ପଠାଯାଇଥିଲା। ୧୨ ତାରିଖରେ ଅପରେସନ ଶେଷ ହୋଇଥିଲା। ସର୍ଚ୍ଚିଙ୍ଗ ବେଳେ ଧମତରୀ-ଗରିଆବନ୍ଧ ସୀମାନ୍ତ ଛୋଟେ ଗବରା ଏବଂ ପେଣ୍ଡ୍ରା ଜଙ୍ଗଲରେ ମାଟି ତଳେ ଲୁଚାଇଥିବା ମାଓ ଡମ୍ପ ପୁଲିସ ଜବତ କରିଛି।ଓଡ଼ିଶା ରାଜ୍ୟ କମିଟିର ଧମତରୀ-ଗରିଆବନ୍ଧ-ନୂଆପଡା ଡିଭିଜନର ମାଓବାଦୀଙ୍କ ଡମ୍ପ ଜବତ। ୩୮ ଲକ୍ଷ ନଗଦ ଟଙ୍କା ସହ ମାଓ ସାମଗ୍ରୀ ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଇଥିଲେ ମାଓବାଦୀ। ଗରିଆବନ୍ଧ-ଧମତରୀ ପୁଲିସ ଏବଂ ସିଆରପିଏଫ୍ ଯବାନଙ୍କ ମିଳିତ ଅପରେସନ। ବେପାରି ଏବଂ ଅନ୍ୟ ପୁଞ୍ଜିପତିଙ୍କ ଠାରୁ ଅବୈଧ ଭାବେ ଚାନ୍ଦା ଆଦାୟ କରିଥିଲେ ମାଓବାଦୀ।ମାଓ ସାମଗ୍ରୀ ଏବଂ ନଗଦ ଟଙ୍କାକୁ ଗରିଆବନ୍ଧ - ଧମତରୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ପୋତିଥିଲେ। ୨ ହଜାର ଟଙ୍କିଆ ୬ ବଣ୍ଡଲ , ୫ ଶହ ଟଙ୍କିଆ ୫୨ ବଣ୍ଡଲ ମୋଟ ୩୮ ଲକ୍ଷ ଟଙ୍କା ସହ ୨୩ଟା ବିଜିଏଲ ରାଉଣ୍ଡ , ୨ ଟିଫିନ୍ ବୋମା,୧୩ ଡେଟୋନେଟର , ୧ ବଣ୍ଡଲ ଫ୍ୟୁଜ ତାର , ୨କେଜି ବାରୁଦ , ୟୁରିଆ , ୨ ଫ୍ଲାସ ଲାଇଟ୍ , ୩ ମଲ୍ଟି ମିଟର , ସେନ୍ସର ରିମୋଟ , ମାଓବାଦୀ ବର୍ଦି , କଳା କପଡା ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ।


Post a Comment

Previous Post Next Post