ମାଲକାନଗିରି ମହାବିଦ୍ୟାଳୟରେ ନିଶାମୁକ୍ତ ଅଭିଯାନ ପାଇଁ ସମୂହ ଶପଥ ଗ୍ରହଣ।

 


ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ରେଡ଼କ୍ରସ, ଜାତୀୟ ସେବା ସଂସ୍ଥା, ଜାତୀୟ ଶିକ୍ଷାର୍ଥୀ ବାହିନୀଙ୍କ ମିଳିତ ଆନୁକୂଲ୍ୟରେ ଏକ ସମୂହ ସଂକଳ୍ପ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି l ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମାଲକାନଗିରି ମହାବିଦ୍ୟାଳୟରେ ନିଶା ମୁକ୍ତ ଅଭିଯାନ ପାଳନ କରାଗଲା l ବିକଶିତ ଭାରତର ମନ୍ତ୍ର ଦେଶକୁ କରିବା ନିଶା ମୁକ୍ତ "l ଏହି ଅବସରରେ ଜିଲ୍ଲା ଯୁବ ରେଡକ୍ରସର ଆବାହକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ l ଅଧ୍ୟାପକ ଗୌତମ ନାୟକ, ଅଧ୍ୟାପିକା ପ୍ରେମ ରେଖା ଭତ୍ରା, ଦିପ୍ତୀରେଖା ମିଶ୍ର, ଭାଗବତ ସ୍ବାଇଁ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନିଶାରୁ ଦୁରେଇ ରହି ସ୍ୱତନ୍ତ୍ର ଦେଶ ବା ସ୍ୱତନ୍ତ୍ର ରାଜ୍ୟ ଗଠନରେ ସହାୟକ ହେବା l  ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ l ସଭା ଶେଷରେ ଓଡ଼ିଆ ଅଧ୍ୟାପକ ଟୁକୁନା ପ୍ରସାଦ ବଡୁ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଅନ୍ତର୍ଗତ ବିଭାଗ ତରଫରୁ ଆୟୋଜିତ କରାଯାଇଥିଲା।

Post a Comment

Previous Post Next Post