କୋଦଳାରେ ଏନ ଏ ସି ରେ ହର ଘର ତ୍ରିରଙ୍ଗା ଯୋଗଦେଲେ ଅଧକ୍ଷ ଉପାଧ୍ୟାକ୍ଷା

 


କୋଦଳା ମୋ ନିୟୁଜ ଓଡିଶା (୧୩/୦୮/୨୦୨୪) 

୭୮ ତମ ସ୍ବାଧିନତା ଦିବସ ପାଳନ ଅବ୍ଯବହିତ ପୂର୍ବରୁ ମଂଗଳବାର କୋଦଳା ଏନଏସିରେ ହର୍ ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ନେତୃତ୍ୱରେ ଉପାଧ୍ଯକ୍ଷା ରଞ୍ଜିତା ସେଠୀ, ମଣ୍ଡଳ ସଭାପତି ଭଗବାନ ସ୍ୱାଇଁ ଓ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ତ୍ରିରଙ୍ଗା ଶୋଭାଯାତ୍ରାକୁ ଉସ୍ଛାହିତ କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିବା ବେଳେ ଏଥିରେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ଭାଗ ନେଇଥିବା ସମସ୍ତଙ୍କ ହାତରେ ଥିଲା ତ୍ରିରଙ୍ଗା ପତାକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅଭିଯାନରେ ହର ଘର ତ୍ରିରଙ୍ଗାକୁ ଉତ୍ସାହିତ କରାଯାଇଛି। ମଂଗଳବାର ପୂର୍ବାହ୍ନରେ ଦଣ୍ଡିଶ୍ୱର ଶୈବପୀଠ ଠାରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ସହିତ ଏନ୍ଏସିର କର୍ମଚାରୀ, ସଫେଇ କର୍ମଚାରୀ, ସ୍ବଚ୍ଛ ସାଥି ମାନେ ସାମିଲ ହୋଇଥିଲେ।

Post a Comment

Previous Post Next Post