(ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ମହୀଶୂରରେ ଏକ ଜାତୀୟ ଯୁବ ସମ୍ମିଳନୀ ତଥା ଲୋକାଲ କନଫରେନ୍ସ ଅଫ୍ ୟୁଥ୍ ଅନୁଷ୍ଠିତ ହୋଇଯାଇଅଛି। ଏହି 3 ଦିନିଆ କନଫରେନ୍ସରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା। ଭାରତର ବହୁ ସ୍ଥାନରୁ ୟୁଥ୍ ମାନେ ଯୋଗଦାନ ଦେଇ ନିଜର ମତାମତ ପ୍ରକାଶ କରିଥିଲେ। ଓଡ଼ିଶାରୁ ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ର ଭାରତ ଗୌରବ ଦାଶ ଏବଂ ଶିବାନୀ ପାଢୀ ଭାଗ ନେଇ ଓଡ଼ିଶାକୁ ଜାତୀୟ ସ୍ତରରେ ଉପସ୍ଥାପନ କରିଥିଲେ। ପ୍ଲାଷ୍ଟିକ ମୁକ୍ତ ଭାରତ, ଅଲିଭ ରିଡଲେ କଇଁଛ, ହେନ୍ତାଳ ବଣ ସୁରକ୍ଷା,ଜଳ ଜୀବନ ସୁରକ୍ଷା ଉପରେ ନିଜର ପ୍ରୋଜେକ୍ଟ ଉପସ୍ଥାପନ କରି ବହୁ ପ୍ରଶଂସା ସାଉଁଟି ଥିଲେ। ଏତଦ୍ ବ୍ୟତୀତ ଆଗକୁ ହେବାକୁ ଥିବା ଏକ ଆନ୍ତର୍ଜାତୀୟ ସମ୍ମିଳନୀ COP29 (Conference of parties) ନିମନ୍ତେ ନେସନଲ ୟୁଥ୍ ଷ୍ଟେଟମେଣ୍ଟ ବନେଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


