(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆର,ଉଦୟଗିରି : ମୋ ନିୟୁଜ ଓଡିଶା ଆର,ଉଦୟଗିରି ସରକାରୀ କର୍ମଚାରୀ ଓ ନିର୍ବାଚିତ ଜନପ୍ରତିଧିଙ୍କ ଲୁଟତରାଜର ଯେ ନିଶା ଛାଡ଼ିନାହିଁ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ସଦରମହକୁମା ଆର, ଉଦୟଗିରି ଗ୍ରାମପଞ୍ଚାୟତରେ କାରଣ ପ୍ରତିବର୍ଷ ଭଲି ଏହି ବର୍ଷ ମଧ୍ୟ ୨୦୨୩- ୨୪ ଆର୍ଥିକ ବର୍ଷ ନିମନ୍ତେ ପଂଚାୟତ ର ଦୈନିକ ବଜାର, ସାପ୍ତାହିକ ହାଟ, ବାଇନା ବନ୍ଧ ଓ ପାତ୍ର ଵନ୍ଧ ନିଲାମ ପାଇଁ ପଞ୍ଚାୟତର ସରପଞ୍ଚ ଜାମେସ ରାଇକାଙ୍କ ତତ୍ୱାବଧାନରେ , ପିଇଓ ପ୍ରଭାକର ପ୍ରଧାନ ନ୍ୟାୟ ସରପଞ୍ଚ ରମା ବେହେରଦଳାଇ ଓ ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ଙ୍କ ଉପସ୍ଥିତରେ ୨୦/୬/୨୦ ୨୪ ତାରିଖରେ ଏକ ବୈଠକ କରି ୪ .୭ .୨୦୨୪ ତାରଖରେ ରେ ନିଲାମ ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ଏହି ନିଲାମ ବିଷୟରେ ଗ୍ରାମପଚାଂୟତ ର ଜନସାଧାରଣଙ୍କୁ ଧେଣ୍ଡୁରା ମରାନଯାଇ ନିଲାମ ପାଇଁ ନିଷ୍ପତି ନିଆଯାଇଥିବା ଯୋଗୁ ୪ .୭ .୨୦୨୪ ତାରଖରେ କୌଣସି ପ୍ରକାରେ ଖବର ପାଇ ନିଲାମ ହେବା ସମୟରେ ଗ୍ରାମବାସୀ ଓ ଯୁବକଗୋଷ୍ଠି ପଞ୍ଚାୟତ ଯାଇ ଗ୍ରାମରେ ଡେଙ୍ଗୁରା ନ କରି ଗ୍ରାମବାସୀ ଙ୍କୁ ନଜଣାଇ କିପରି ନିଲାମ କରୁଛନ୍ତି କହି ପ୍ରବଳ ପାଟିତୁଣ୍ଡ ହୋଇଥିଲା ଏହାପରେ ନିଲାମ ସ୍ଥଗିତ ରଖି ଗ୍ରାମରେ ଡେଙ୍ଗୁରାମାରବା ସହ ନୋଟି କରି ନିଲାମ କରିବାକୁ ଅଡିବସି ପାଟିତୁଣ୍ଡ ହୋଇଥିଲା ଓ ଏହାକୁ ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ସମର୍ଥନ କରିଥିଲେ ଯାହାଫଳରେ ଏହି ନିଲାମ କାର୍ଯ୍ୟକୁ ବାଧ୍ୟହୋଇ ସ୍ଥଗିତ ରଖାଯାଇ ୧୯ .୦୭ .୨୦୨୪ ତାରିଖରେ ସମ୍ପାଦନ କରିବାକୁ ସ୍ତିରକରାଯାଇଥିଲା ଓ ସେଥିରେ ଡିମିରାମାରିବା ସହ ଓ୍ବାର୍ଡ ସଭ୍ୟ ସଭ୍ୟା ନୋଟିସ କରି ଜଣାଇକୁ ସ୍ଥିର ହେଲା । ପୂର୍ବ ନିଷ୍ପତ୍ତୀ ପ୍ରକାରେ ନିଲାମ ପାଇଁ ପଞ୍ଚାୟତରେ ୧୯ .୭.୦୨୪ ଗ୍ରାମବାସୀ ଯୋଗଦେଇ ଥିଲେ ଓ ପୂର୍ବ ବର୍ଷ ମାନଙ୍କରେ ବାକିରେଥିବା ଟଙ୍କା ଆଦୟ ହୋଇଛି କି ନାହିଁ ବୋଲି ଉପସ୍ଥିତ ପଚୟତା ବାସିନ୍ଦା ଓ ୱାର୍ଡ ସଭ୍ୟ ସଭ୍ୟା ପ୍ରଶ୍ନ କରିଥିଲେ ଯଦି ଆଦାୟ ହୋଇନାହିଁ ତେବେ ସମ୍ପୂର୍ଣ ଆଦାୟ ପରେ ଦୈନିକ ବଜାର, ସତାହିକ ହାଟ ଓ ଦୋକାନ ଘର ତାପରେ ନିଲାମ କରାଯିବ ଗ୍ରାମବାସୀ ଅଡିବସିଥିଲେ ଓ ଏହି ବିଷୟରେ ପ୍ରତି ଓ୍ବାର୍ଡରେ ଡେଙ୍ଗୁରାମାରି ଲୋକଙ୍କୁ ଜଣାଇବା ସହ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ଦ୍ବାରା ନୋଟିସି ମାଧ୍ୟମରେ ଜଣାଯାଉ ବଳି ଦାବି କରାଯାଇଥିଲା ଓ ଏହାପରେ ନିଲାମ କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା । କିନ୍ତୁ ପଂଚାୟତର ନିଷ୍ପତିକୁ ଅବମାନନା କିଛି ଦିନ ତଳେ ସରପଞ୍ଚ ଓ ପିଇଓ ଏହି ସମସ୍ତ କାର୍ଯ୍ୟ ନକରି ରାତିଅଧରେ ମୋଟା ଅଙ୍କରେ ହାତଗୁଂଜା ନେଇ ପିଇଓଙ୍କ ନିଜର ଏକ ନିଦିଷ୍ଟ ବ୍ୟକ୍ତିଙ୍କୁ
ପଞ୍ଚଯାତ ର ପାଣୁ ଆଦାୟ କରିବାକୁ ଦିଆୟାଜିଥିବା କଥା ଓ୍ବାର୍ଡ ସଭ୍ୟ ସଭ୍ୟା ଅଭିଯୋଗ କରିଛନ୍ତି । ଏହି ବିଷୟ ନେଇ ସରପଞ୍ଚ ଜାମେସ ରାଇକାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ସ୍ଥାନୀୟ ଗ୍ରାମବାସୀ ନିଲାମ ଆସି ଅବାନ୍ତର ପ୍ରଶ୍ନକରି ନିଲାମକୁ ବାରମ୍ବାର ସ୍ଥଗିତ କରାଥିବା ପଞ୍ଚାୟତର ଟିକସ କ୍ଷତି ହେଉଛି ତେଣୁ ବାଧ୍ୟକରି ଜଣେ ବ୍ୟକ୍ତିଙ୍କୁ ଟିକସ ଆଦାୟ ପାଇଁ ଦାଇତ୍ୱ ଦେଇଦେଲୁ ବୋଲି କହିଥିଲେ କିନ୍ତୁ ପଞ୍ଚାୟତର ଓ୍ବାର୍ଡ ସଭ୍ୟ ସଭ୍ୟା କାହିଁକି ଜାଣାଗନି ବଳି ପ୍ରଶ୍ନ ରେ ଚୁପ ହୋଇରହିଗଲେ । ଏହାପରେ ଜିପିଇଓ ଦାୟତ୍ବଥିବା ଶସାଙ୍କ ଶେଖର ସୁବୁଦ୍ଧି ପଚାରିବାରୁ ନୁତନ ଜିପିଇଓ ଦାୟତ୍ବ କେଉଁଦିନରୁ ଦେଇସାରିଛି ବଲି ଉତ୍ତର ଦେଇଥିଲେ । ଏହାପରେ ନୁତନରେ ଆସିଥିବା ଜିପିଇଓ ପଚାରିବାରୁ ବି ସେ ଆଜିସୁଧା କାଗଜ ପତ୍ର ଦାୟତ୍ବ ନେଇ ନାହାନ୍ତି ଓ ପଞ୍ଚାୟତ ନିଲାମ ପ୍ରଥମ ଦିନ ଯାଇଥିଲି ଓ ସେଦିନ ଗ୍ରାମବାସୀ ପାଟିତଣ୍ଡ ହେବପରେ ଅନ୍ୟ ତାରିଖରେ ନିଲାମ ପାଇଁ ସ୍ତିର ହୋଇଥିଲା ବୋଲି କହିଥିଲେ । ତାହାପରେ ଆଉ କେବେ ନିଲାମ ହେବାର ମୁଁ ଜାଣିନି ବୋଲି କହିଥିଲେ । ଏହି ବିଷୟରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ପଚାରିବାରୁ ସେ କରିଥିଲେ ମତେ କୌଣସି ପଞ୍ଚାୟତର ଓ୍ବାର୍ଡ ସଭ୍ୟ ସଭ୍ୟା ଏହିବିଷୟରେ ଅଭିଯୋଗ କରିନାହାନ୍ତି ଯଦି ଅଭିଯୋଗ ଆସେ ଏହାର ତଦନ୍ତ କରି କାର୍ଯ୍ୟଅନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଏହି ବିଷୟ ନେଇ ପଞ୍ଚାୟତ ପିଇଓ ପ୍ରଭାକର ପ୍ରଧାନ ବାରମ୍ବାର ଯୋଗାଯୋଗ କରିବା ସେ ନଥିବାର ଯୋଗାଯୋଗ ହୋପାରିନଥିଲୁ । ପଞ୍ଚାୟତ ଓ୍ବାର୍ଡ ସଭ୍ୟ ସଭ୍ୟା ଅଭିଯୋଗ କରିଛନ୍ତି ପିଇଓ ଶ୍ରୀ ପ୍ରଧାନ ପଞ୍ଚାୟତ ଆସିବା ଦିନଠାରୁ ପଞ୍ଚାୟତ ପାଇଁ ଉନ୍ନତିମୂଳକ କାମ ପାଇଁ ଆସୁଥିବା ଟଙ୍କା ବିବରଣି ଜଣାଯାଉନାହାନ୍ତି ଓ ସରପଂଚଙ୍କ ଧଉତରାଷ୍ଟ୍ର ଭୂମକା ମଧ୍ୟ ସନ୍ଦେହଜନକ ହେଉଛି କାରଣ ଯଦି ପିଇଓ ଶ୍ରୀ ପ୍ରଧାନ ସବୁ କାମ କାହାକୁ ନଜଣାଇ କରୁଛନ୍ତି ତେବେ ସମସ୍ତ ସରକାରୀ ନଥିପତ୍ର ରେ ସରପଂଚ ଙ୍କ ସ୍ଵାକ୍ଷର ଯାଉଛି ତେଣୁ ସରପଂଚ ମଧ୍ୟ ପଂଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ କାହିଁକି ଜଣାଉ ନାହାନ୍ତି । ପଞ୍ଚାୟତ କେତେ ଟଙ୍କା ଆସିଛି କଣ କାମ ହୋଇଛି ଏହାର କୌଣସି ବିବରଣ ସଭ୍ୟ ସଭ୍ୟା ପଚାରିଲେ ମଧ୍ୟ କୌଣସି ତଥ୍ୟ ଦେଉନାହାନ୍ତି ଅଭିଯୋଗ କରିଛନ୍ତି । ଏହାକୁ ଜିଲ୍ଲା ପ୍ରଶାସନ ଦ୍ବାରା ତଦନ୍ତ କରିବା ଓ୍ବାର୍ଡ ସଭ୍ୟ ସଭ୍ୟା ଦାବି କରିଛନ୍ତି । ଏହି ପଞ୍ଚାୟତ ଆସୁଥିବା ଉନ୍ନତିମୂଳକ କାମ ପାଇଁ ଟଙ୍କାକୁ ପଞ୍ଚାୟତର ପିଇଓ ତାଙ୍କ ନିଜ ଲୋକଙ୍କ ଦରା ସମସ୍ତ କାମ କରୁଥିବା ୮ନଂ ୱାର୍ଡ ମେମ୍ବର ଦିପକ ପାଣି ଅଭିଯୋଗ କରିଛନ୍ତି ।


