(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ଵାଧୀନତା ଦିବସ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ମହିଳା ଓ ବାଳ ବିକାଶ ମନ୍ତ୍ରାଣ।ଳୟର ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ଦ୍ଵାରା ଭାରତ ସରକାରଙ୍କ ପ୍ରଯୋଜନାରେ ବ୍ରହ୍ମପୁରସ୍ଥ ଆଇ. ଏସ. ଆର. ଡ଼ି ଅନୁଷ୍ଠାନ ଦ୍ଵାରା ପରିଚାଳିତ ୱାନ ସ୍ଟପ ସେଣ୍ଟର (ସଖୀ ସମ୍ବଳ)କୁ ମହିଳା ମାନଙ୍କର ସାମ୍ବିଧାନିକ ଏବଂ ଆଇନଗତ ଅଧିକାରକୁ ସୁନିଶ୍ଚିତ କରିବା ସହ ଲିଙ୍ଗଗତ ବୈଷମ୍ୟ ଓ ଲିଙ୍ଗ ଭିତିକ ହିଂସା ସମାଜରୁ ଦୂର କରିବାର ପ୍ରୟାସକୁ ସର୍ବ ଭାରତୀୟ ସ୍ତରରେ ପ୍ରଶଂସିତ ହୋଇ ସମ୍ମାନିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରାଣ।ଳୟର ସଚିବ ଶ୍ରୀଯୁକ୍ତ ଅନିଲ ମଲିକଙ୍କ ସହ ମନ୍ତ୍ରାଣ।ଳୟର ସମସ୍ତ ପଦ ଅଧିକାରୀ ମାନେ ଉପସ୍ଥିତ ଥିଲେ । ୱାନ ସ୍ଟପ ସେଣ୍ଟର (ସଖୀ ସମ୍ବଳ)ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ମହେଶ୍ଵତା ପାଢୀ, ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ପଟ୍ଟନାୟକ, କେଉଁଝର ଜିଲ୍ଲାର ଝୁମ୍ପୁରା ଅଙ୍ଗନବାଡି କର୍ମୀ ଶ୍ରୀମତୀ ସୁଷମା ପାତ୍ର, ପୁରୀ ଜିଲ୍ଲାର ନିମାପୋଡା ତୁଳସୀପୁର ଅଙ୍ଗନବାଡି କର୍ମୀ ଶ୍ରୀମତୀ ବିନୋଦିନୀ ଦାସ, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି କର୍ମୀ ଶ୍ରୀମତୀ ଲିଲୀ ପୁଷ୍ପିକାଙ୍କୁ ମନ୍ତ୍ରାଣ।ଳୟ ତରଫରୁ ସମ୍ମାନିତ କରାଯାଇଥିଲା । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ଆଇନ ମନ୍ତ୍ରୀ ଶ୍ରୀ ପୃଥିଭିରାଜ ହରିଚନ୍ଦନ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ଓ ବାଳ ବିକାଶ ମନ୍ତ୍ରାଣ।ଳୟ ଦ୍ଵାରା ପୁରସ୍କୃତ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଓଡିଶା ସରକାରଙ୍କ ତରଫରୁ ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ଶ୍ରୀ ପୁରୁଷୋତ୍ତମ ସାହୁ ଉକ୍ତ ଦଳର ନେତୃତ୍ଵ ନେଇ ଦିଲ୍ଲୀ ଯାଇଥିଲେ ।


