ମୁଜାଗଡ଼ ବିଜେଡି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଭଞ୍ଜନଗର :ମୋ ନିୟୁଜ ଓଡିଶା ପୂର୍ବରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକର ଆମ୍ବପୁଆ ପଞ୍ଚାୟତର ବିଜେଡି ସମର୍ôଥତ ସରପଞ୍ଚ ଏବଂ ଗତକାଲି ପାଇଲିପଡ଼ା ପଞ୍ଚାୟତର ବିଜେଡି ସମର୍ôଥତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବାବେଳେ ଆଜି ଭଞ୍ଜନଗର ବ୍ଳକର ମୁଜାଗଡ଼ ପଞ୍ଚାୟତର ବିଜେଡି ସମର୍ôଥତ ମହିଳା ସରପଞ୍ଚଙ୍କ ବିରୋଧରେ ସେହି ପଞ୍ଚାୟତର ୧୧ ଜଣ ୱାଡ଼ ସଭ୍ୟ ଓ ସଭ୍ୟା ମିଶି ଅନାସ୍ଥା ପ୍ରସ୍ତାବ ଆଣି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ମୁଜାଗଡ଼ ପଞ୍ଚାୟତର ବିଭିନ୍ନ ଉନୟନ୍ନମୂଳକ କାର୍ଯ୍ୟରେ ମିଥ୍ୟାବିଲ୍ କରି ଅର୍ଥର ସଠିକ ବ୍ୟବହାର ନକରିବା ସହିତ ପଲ୍ଲୀସଭା ନକରି ମିଥ୍ୟା ରେଜୁଲେସନ କରି ବିଭିନ୍ନ ବିଲ ଆଗତ କରିବା ଏବଂ ପଞ୍ଚାୟତର ସମସ୍ତ କାର୍ଯ୍ୟରେ ସରପଞ୍ଚଙ୍କ ସ୍ୱାମୀ ହସ୍ତକ୍ଷେପ କରୁଥିବା ୱାଡ଼ ସଭ୍ୟ ସଭ୍ୟାମାନେ ଅଭିଯୋଗ ଆଣିଛନ୍ତି। ତେଣୁ ମୁଜାଗଡ଼ ପଞ୍ଚାୟତର ନାଏବ ସରପଞ୍ଚ ଶୁଶାନ୍ତ ନାଇକଙ୍କ ସମେତ ୧୧ ଜଣ ୱାଡ଼ ସଭ୍ୟସଭ୍ୟା ସରପଞ୍ଚଙ୍କ ବିରୋଧରେ ଶୁକ୍ରବାର ଦିନ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ପ୍ରଦାନ କରିଛନ୍ତି। ଏହି ସମୟରେ ମୁଜାଗଡ଼ର ପୂର୍ବତନ ବିଜେପି ସରପଞ୍ଚ ଶିବ ଶଙ୍କର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ। ବାରମ୍ବାର ବିଜେଡି ସରପଞ୍ଚମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବାପରେ ଏହା ବିଜେଡି ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post