ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ନକ୍ସଲମାନଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଏହି ମାମଲା କିସ୍ତରାମ ଥାନା ଅନ୍ତର୍ଗତ ଡାବାମାର୍କା ଅଞ୍ଚଳରେ ଘଟିଥିବା ଜଣାପଡିଛି।
ସୂଚନାନୁସାରେ, କିସ୍ତରାମ ଥାନା ଅଞ୍ଚଳର ଡାଆମାର୍କା ଗାଁର ଜଣେ ମହିଳା କାୱାସୀ ସୁକି ରବିବାର ଦିନ ଗାଈ ଚରାଇବାକୁ ଯାଇଥିଲେ। ମହିଳା ଜଣକ ଗାଈ ଚରାଇବା ପାଇଁ ଜଙ୍ଗଲ ରାସ୍ତାରେ ଯାଉଥିଲେ। ଏହି ସମୟରେ ସେ ନକ୍ସଲମାନଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ(IED) ବୋମା ସଂସ୍ପର୍ଶରେ ଆସିବାରୁ ଏକ ବଡ଼ ବିସ୍ଫୋରଣ ଘଟିଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଲ୍ୟାଣ୍ଡମାଇନ ବିସ୍ଫୋରଣ ହେତୁ ଏହି ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ସ୍ଥାନୀୟ ଲୋକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ।ଏହା ପରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ରବିବାର ସନ୍ଧ୍ୟା ୫ ଟାରେ ଏହି ଘଟଣା ଘଟିଥିଲା। ଏହି ଘଟଣାକୁ ସୁକମା ଏଏସପି ନିଖିଲ ରାଖେଜା ସୁନିଶ୍ଚିତ କରିଛନ୍ତି।


