ଜାତୀୟ ସେବା ସଂସ୍ଥା ତରଫରୁ "ମା ପାଇଁ " ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ମହାବିଦ୍ୟାଳୟ ବାଳକ ଶାଖା ଜାତୀୟ ସେବା ସଂସ୍ଥା ତରଫରୁ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ତତ୍ତ୍ଵlବଧାନରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ଭାରପ୍ରାପ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦାନ କରି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ସଂସ୍ଥା ଯୋଜନା ଅଧିକାରୀ ଗୌତମ ନାୟକ ଆୟୋଜନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ସବୁଜ ବାହିନୀ ଅଧିକାରୀ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ ଏବଂ ମୃତ୍ତିକା ସଂରକ୍ଷଣ ବିଷୟରେ ଗଛ ଲଗାଇବା ନିହାତି ଦରକାର ବୋଲି ଉଦବୋଧନ ଦେଇଥିଲେ l ସମ୍ମାନିତ ଅତିଥି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପଦାତିକ  LT ସୁଶାନ୍ତ ମାଝୀ ସ୍ବେଛାସେବୀଙ୍କୁ ଗଛ ଲଗାଇବା ପାଇଁ ଉତ୍ସାହିତ କରିଥିଲେ l ଏହି ଅବସରରେ ୨୦୦ରୁ ଉର୍ଦ୍ଧ୍ୱ ଆମ୍ବ, ପଣସ, ପିଜୁଳି, ଅମୃତଭଣ୍ଡା, ଅଁଳା ଇତ୍ୟାଦି କଲେଜ, ବାବୁ ଜଗଜୀବନ ରାମ ଓ ଲକ୍ଷ୍ମଣ ନାୟକ ଛାତ୍ରlବାସର ଚାରି ପାର୍ଶ୍ୱରେ ଅତିଥିଙ୍କ ଦ୍ୱାରା ଚାରା ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବି.ଗୁପ୍ତେଶ୍ୱର ରାଓ, ପ୍ରେମରେଖା ଭତ୍ରା, ଲକ୍ଷ୍ମୀ କୁଜୁର, ଲପସ୍ନା ନାୟକ, ଉମେଶ ଚନ୍ଦ୍ର ରାଉତ ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ l ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ l ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼କ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଯୁବ ଦିବସର ମହତ୍ତ୍ୱ ଉଦ୍ଦେଶ୍ୟରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟତା ଦେଇ ବୃକ୍ଷ ରୋପଣ କରି ବଜ୍ର ଶପଥ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆନନ୍ଦ ଉଲ୍ଲାସ ସହିତ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ଶେଷରେ LT ସୁଶାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

Previous Post Next Post