ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ୨୦୧୩ ମସିହାରେ ଝିରମ ଘାଟି (କଂଗ୍ରେସ ପାର୍ଟି ପରିବର୍ତ୍ତନ ଯାତ୍ରା) , ୨୦୧୯ରେ ଶ୍ୟାମଗିରିରେ(ବିଜେପି ବିଧାୟକ) ଏବଂ ଅନ୍ୟ ବଡ଼ ବଡ଼ ଘଟଣା ସମ୍ପୃକ୍ତ ତଥା ୫ ଲକ୍ଷ ଇନାମୀ ହାର୍ଡକୋର ମହିଳା ନକ୍ସଲ ମାଡଭି ଦେବେଙ୍କୁ ବିସ୍ଫୋଟକ ସାମଗ୍ରୀ ସହ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ସୂଚନା ଅନୁଯାୟୀ, କେରଳପାଲ , ମଲେଙ୍ଗେର ଏରିଆ କମିଟିର ନକ୍ସଲଙ୍କ ଉପସ୍ଥିତିର ସୂଚନାକୁ ଆଧାର କରି ଗାଦିରାସ ଥାନାରୁ ଶପରମେଶ୍ୱର ତିଲକଓ୍ବାରଙ୍କ ନେତୃତ୍ବରେ ଥାନା ଅଧିକାରୀ ନିତୀନ ଉପାଧ୍ୟାୟଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପୁଲିସ ଟିମ୍ ବିଶେଷ ନକ୍ସଲ ଅଭିଯାନ ହେତୁ ଏଟପାଲ , ମନକାପାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ ଓ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ। ଅପରେସନ ବେଳେ ଋଟପାଲ ଏବଂ ମନକାପାଲ ଗ୍ରାମ ମଧ୍ୟରେ ପୋଲ ନିକଟରେ ଜଣେ ହାର୍ଡକୋର ମହିଳା ନକ୍ସଲ ମାଡବି ଦେବେ(ଦରଭା ଡିଭିଜନର ମଲେଙ୍ଗେର ଏରିଆ କମିଟି ଅନ୍ତର୍ଗତ ପାଲନାର ଏଲଓଏସ କମାଣ୍ଡର/ଏସିଏମ) ଙ୍କୁ ସୁକୁମା ପୁଲିସ ଗିରଫ କରିଛି। ମାଡବି ଦେବେ ବିଭିନ୍ନ ସାଙ୍ଘାତିକ ମାଓ ହିଂସାରେ ସାମିଲ ଥିଲେ। ୨୦୧୩ରେ ଝିରମ ଘାଟି , ୨୦୧୪ରେ ଟହକାବାଡା ମାଓ ହିଂସାରେ ୧୫ ଯବାନ ଶହୀଦ , ୨୦୧୭ରେ ବୁର୍କାପାଲ ଏମ୍ବୁସରେ ୨୫ ଯବାନ ଶହୀଦ ୨୦୧୮ରେ ଦନ୍ତେୱାଡାର ମଦାଡି ଗ୍ରାମ ନିକଟରେ ଆଇଇଡି ବିସ୍ଫୋରଣରେ ୯ ଯବାନ ଶହୀଦ , ୨୦୨୦ରେ ମିନପା ଜଙ୍ଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ୧୭ ଯବାନ ଶହୀଦ ଭଳି ଜଘନ୍ୟ ଅପରାଧରେ ଜଡ଼ିତ ଥିଲା। ମାଡବି ଦେବେଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।ମାଡବି ଦେବେଙ୍କ ନିକଟରୁ ୫ କେଜି ଟିଫିନ୍ ବୋମା , ୪ ଡେଟୋନେଟର , ୪ ଜିଲେଟିନ ଛଡ଼ , ୧୦ ମି ବିଦ୍ୟୁତ ତାର , ୨ ମି କୋର୍ଡେକ୍ସ ତାର , ୫ଟା ଟର୍ଚ୍ଚ ବ୍ୟାଟେରୀ ଏବଂ ଅନ୍ୟାନ୍ୟ ନକ୍ସଲ ସାମଗ୍ରୀ ପୁଲିସ ଜବତ କରିଛି। ଗିରଫ ମହିଳା ନକ୍ସଲଙ୍କ ବିରୁଦ୍ଧରେ ବିସ୍ଫୋରକ ସାମଗ୍ରୀ ଅଧିନିୟମ ଅନୁସାରେ ମାମଲା ରୁଜୁ କରି କୋର୍ଟରେ ହାଜର କରାଯାଇଥିଲା।


