ଭଞ୍ଜନଗର ମୋ ନିୟୁଜ ଓଡିଶା : ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ବୈଦିକ ସିଦ୍ଧାନ୍ତରେ ଅନୁପ୍ରାଣିତ ହୋଇ ପୂଜ୍ୟ ସ୍ୱାମୀସୁଧା ନନ୍ଦ ସରସ୍ୱତୀଙ୍କ ପ୍ରଚେଷ୍ଟାରେ ଭଞ୍ଜନଗରରେ ସ୍ଥାପିତ ହୋଇଛି ବେଦ ପ୍ରଚାର ସମିତି। ଏହି ସମିତି ଭଞ୍ଜନଗର ଆଖ ପାଖ ଅଂଚଳରେ ହୋମ ଯଜ୍ଞ କରିବା ସହ ବେଦ ପ୍ରଚାର କରିବା ସହିତ ସମିତି ବିଭିନ୍ନ ଜନ ହିତକର କାର୍ଯ୍ୟ ହାତକୁ ନେଇଛି। ବେଦ ପ୍ରଚାର ସମିତି ୨୧କୁଣ୍ଡିୟ ୫୧କୁଣ୍ଡିୟ ୧୦୮କୁଣ୍ଡିୟ ଯଜ୍ଞ କରିବା ସହ ପ୍ରବଚନ ମାଧ୍ୟମରେ ବେଦର ଉପକାର ଓ ଯଜ୍ଞ କରିବା ଦ୍ୱାରା କଣ ସବୁ ଉପକାର ମିଳେ ସେ ବିଷୟରେ ସୂଚନା ଦିଆଯାଇଛି। ଉନବିଂଶ ଶତାବ୍ଦୀରେ ଯେତେବେଳେ ଦେଶରେ ବିଭିନ୍ନ କୁସଂସ୍କାର ସବୁ ଦେଖିବାକୁ ମିଳିଥିଲା, ସେତେବେଳେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଏସବୁକୁ ବନ୍ଦ କରାଯାଇ ଥିଲା। ଦୟାନନ୍ଦ ସରସ୍ୱତୀଙ୍କ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ଦେଶରେ ବହୁ ଅନୁଷ୍ଠାନ ସବୁ ଗଢ଼ି ଉଠିଥିଲା ତନ୍ମଧ୍ୟରୁ ବେଦ ପ୍ରଚାର ସମିତି ଅନ୍ୟତମ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଚକାଡୋଳା ରିଜର୍ଟ ଠାରେ ଶତ୍ରୁଘ୍ନ ଦାଶଙ୍କ ସୁପୁତ୍ର କୃଷ୍ଣଚନ୍ଦ୍ର ଦାଶଙ୍କ ୩୩ତମ ଜନ୍ମଦିନ ଅବସରରେ ଓ ବେଦ ପ୍ରଚାର ସମିତିର ପ୍ରଚେଷ୍ଟାରେ ୫୧କୁଣ୍ଡିୟ ଯଜ୍ଞ ଓ ବେଦ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଓ ତଥା ବେଦ ପ୍ରଚାର ସମିତିର କର୍ମ କର୍ତ୍ତା ଯୋଗଦେଇ ଥିଲେ। ଶିବ କୁମାର ନାୟକ ଓ ମନୋଜ କୁମାର ପାଣିଗ୍ରାହୀଙ୍କ ତତ୍ୱବାଧାନରେ ଏବଂ ବନ ପ୍ରାସ୍ଥି ଅନ୍ତର୍ଯ୍ୟାମୀ ପ୍ରଦାନ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଲାଲ ମୋହନ ନାୟକ, ଶରତ ମହାନ୍ତି, ସୀମାଞ୍ଚଳ ପଟ୍ଟନାୟକ, ପ୍ରମୋଦ କୁମାର ମହାନ୍ତି, ଟୁନା ଜେନା, ବିଜୟ କୁମାର, ପ୍ରମୋଦ କୁମାର ମହାନ୍ତି, ଲିଙ୍ଗରାଜ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଏହି ପୁଣ୍ୟ ଦିନରେ ଭଞ୍ଜନଗରର ଅଗ୍ରଣୀ କବି ସମ୍ରାଟ ମିଡ଼ିଆ କ୍ଲବର ସଭ୍ୟଙ୍କୁ ପୂଜ୍ୟ ଗୁରୁଜୀ ସୁଧାନନ୍ଦ ସରସ୍ୱତୀଙ୍କ ଲିଖିତ ପୁସ୍ତକ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବେଦ ପ୍ରଚାର ସମିତିର ଶ୍ରୀମତୀ ଆରତୀ ବାଳା ପ୍ରଧାନ ସଭା ପରିଚାଳନ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


