ଏକ ଲକ୍ଷ ଇନାମୀ ସମେତ ୪ ନକ୍ସଲ ଗିରଫ।

 


ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ନକ୍ସଲ ବିଲୋପ ଅଭିଯାନ ଅନ୍ତର୍ଗତ ବାସାଗୁଡା ଥାନା ପୁଲିସ ଏବଂ ଡିଆରଜିର ମିଳିତ କାର୍ଯ୍ୟାନୁଷ୍ଠାନରେ ମାଲେପାଲ୍ଲୀ ବଣ୍ଡାଗୁଡା ଜଙ୍ଗଲରୁ ୪ ଜଣ ନକ୍ସଲ ୧. ମିଡିୟାମ ଲଛୁ(ଡିକେଏମଏସ ଅଧ୍ୟକ୍ଷ ) ଏକ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କାର ଘୋଷଣା ହୋଇଛି।୨. ଉଇକା ଲକ୍କୁ (ମିଲିସିଆ)୩.ସତିଶ ମିଡିୟାମ ଓରଫ ପ୍ରଶାନ୍ତ(ପାର୍ଟି ସଦସ୍ୟ)୪.ମିଡିୟାମ କମଳା ଓରଫ ଶର୍ମିଳା(ପାର୍ଟି ସଦସ୍ୟ) ୨୦୦୯ ମସିହାରୁ ନକ୍ସଲ ସଂଗଠନରେ ସକ୍ରୀୟ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ପୁଲିସ ଗିରଫ କରିଛି। ତାଙ୍କ ନିକଟରରୁ ୨ ଯୋଡି ଧନୁତୀର ଜବତ କରାଯାଇଛି। ଗିରଫ ନକ୍ସଲ ୩ ଜୁନ ୨୦୨୪ ରେ ପୁତକେଲ ପୁଲିସ ଶିବିରରେ ଗୁଳି ବିନିମୟ ଏବଂ ୧୧ ଡିସେମ୍ବର ୨୦୧୬ରେ ପୁଲିସ ଉପରେ ଗୁଳି ବିନିମୟରେ ସାମିଲ ଥିଲେ। ଗିରଫ ନକ୍ସଲଙ୍କ ବିରୁଦ୍ଧରେ ବାସାଗୁଡା ଥାନାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ପରେ କୋର୍ଟ ସମ୍ମୁଖରେ ହାଜର କରାଯାଇଥିଲା।

Post a Comment

Previous Post Next Post