ଘୁମୁସର ଲେଖିକା ସଂସଦର ବୃକ୍ଷରୋପଣ ଓ ବର୍ଷା କବିତା ଆସର

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କଲକତା ଦିବ୍ୟଦର୍ଶନ ଜରାଶ୍ରମରେ ଘୁମୁସର ଲେଖିକା ସଂସଦର ବୃକ୍ଷରୋପଣ ଓ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ରୀତାରାଣୀ ମହାପାତ୍ର ଅଧ୍ୟକ୍ଷତା କରିଥିବା ସମୟରେ ସାହିତ୍ୟିକ ଗୌରୀପତି ଦାଶ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ମୁଖ୍ୟଅତିଥିଭାବେ ଡ. ବ୍ରଜ କିଶୋର ପାଢ଼ୀ, ମୁଖ୍ୟବକ୍ତା ଶିକ୍ଷାବିତ ଅନନ୍ତ କର, ସମ୍ମାନିତ ଅତିଥିଭାବେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ସମ୍ବାଦ ସାହିତ୍ୟ ଘରର ସଭାପତି ରଘୁନାଥ ସାହୁ ଏବଂ ସମ୍ମାନିତ ବକ୍ତାଭାବେ ଅଧ୍ୟକ୍ଷ ବିଭୂତି ଭୂଷଣ ମିଶ୍ର ଯୋଗଦାନ କରିଥିଲେ। ସମସ୍ତ ଅତିଥିମାନଙ୍କୁ ଉପଢ଼ୌକନ ଓ ତୁଳସୀ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚାସୀନ ଅତିଥିମାନେ ପୂର୍ବଜ କବିମାନଙ୍କ ବର୍ଷା କବିତାକୁ ଆଲୋଚନା କରିବା ସହ ବୃକ୍ଷରୋପଣର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ। ଆଶ୍ରମରେ ଥିବା ଅନ୍ତେଃବାସୀମାନଙ୍କୁ ସଂସଦ ତରଫରୁ କମ୍ବଳ ଓ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରାଯାଇଥିଲା। ସଂସଦର ସମ୍ପାଦିକା ଡ଼. ନଳିନୀ ପ୍ରଭା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଦସ୍ୟା ମୋନାଲିସା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସଦର ସଦସ୍ୟା ଆରତୀ ସେଠୀ, ମୋନାଲିସା ମିଶ୍ର, କଳ୍ପନା କୁମାରୀ ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଶ୍ୱେତସ୍ମିନୀ ପଣ୍ଡା ଓ କଳ୍ପନା କୁମାର ପ୍ରଧାନଙ୍କ ଉଚ୍ଚକୋଟର କବିତା ସଂଯୋଜନାରେ ବହୁ କବି ବର୍ଷା ଆଧାରିତ କବିତା ପାଠ କରିଥିଲେ। ସଂସଦ ତରଫରୁ ସମସ୍ତ କବିଙ୍କୁ ପ୍ରଶଂସା ପତ୍ର ସହ ପୁସ୍ତକ ପ୍ରଦାନ କରାଯାଇଥିଲା। ସଦସ୍ୟା ରଜନୀ ସେଠୀ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ସଂସଦର ସାଙ୍ଗଠନିକ ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ସଞ୍ଚାଳନା କରିଥିଲେ। ସଂସଦର ସଦସ୍ୟା ଗିରିଜା ନନ୍ଦିନୀ ଦାସ, ରୁନୁବାଳା ଦାଶ, ବିଶ୍ୱବନ୍ଦିତା ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସଦସ୍ୟା ଗୀତାଶ୍ରୀ ସାମନ୍ତ ଧନ୍ୟବାଦ ଦେବା ପରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 


ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post