ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ନିମନ୍ତେ ପ୍ରସ୍ତୁତି ବୈଠକ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱହିନ୍ଦୁ ପରିଷଦର ୬୦ ବର୍ଷ ପୂର୍ତ୍ତି ଉତ୍ସବ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ ତମ ବଳିଦାନ ଦିବସ ଓ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ ଘୁମୁସର ଜିଲ୍ଲାର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଏବଂ କୁଲାଡ ଅଞ୍ଚଳର ବିଭିନ୍ନ ସଂଗଠନ ଯଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ, ଶିଶୁ ମନ୍ଦିର ଗୁରୁଜୀ ମାନେ ଓ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଖପାଖ ପଞ୍ଚାୟତ ଗାଲେରି, ତୁରୁମୁ, ବାରୁଡ଼ା, ତିଳିସିଗିଂ, ଲେମ୍ଭେଇ, କୁଲାଡ, ଢିହପଢାଳ ସହିତ ଗୋଲାପଡା ପଞ୍ଚାୟତର ବଛା ବଛା କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରିଥିଲେ । ଆଗାମୀ ୨୫ ତାରିଖ ରବିବାର ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ ତମ ବଳୀଦାନ ଦିବସ, ବିଶ୍ୱହିନ୍ଦୁ ପରିଷଦ ର ୬୦ ତମ ପ୍ରତିଷ୍ଠା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଜିଲ୍ଲା ସ୍ତରୀୟ ଭବ୍ୟ କାର୍ଯ୍ୟକ୍ରମ ପାଇଁ ରୁପରେଖ ପ୍ରସ୍ତୁତି କରାଗଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ନିମନ୍ତ୍ରଣ ପାଇଁ ବ୍ୟବସ୍ଥା କରାଗଲା । ଏହା ସହିତ ମଞ୍ଚ ବ୍ୟବସ୍ଥା, ବିରାଟ ତୋରଣ ବ୍ୟବସ୍ଥା, ଖାଦ୍ୟ ପାନୀୟ ବ୍ୟବସ୍ଥା, ସାଧୁସନ୍ଥମାନଙ୍କର ଆଗମନ, ନଗରଭ୍ରମଣ ବ୍ୟବସ୍ଥା ସହିତ ପାଖାପାଖି ୩୦୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ସଞ୍ଚାଳନ କମିଟି ମଧ୍ୟ ଗଠନ କରାଗଲା । ଯେଉଁ ସଞ୍ଚାଳନ କମିଟିରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ପାଞ୍ଚଜଣ କାର୍ଯ୍ୟକର୍ତ୍ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର କାର୍ଯ୍ୟକର୍ତ୍ତାଙ୍କୁ ନେଇ ୨୧ ଜଣିଆ କମିଟି ଗଠନ କରାଯାଇଛି । ଉକ୍ତ କମିଟି ଏହି ବିରାଟ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବେ । ପ୍ରସ୍ତୁତି ବୈଠକରେ ୫୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ମଧ୍ୟ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶ୍ରୀ ସୁଧିର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମୁରଲୀଧର ପଣ୍ଡା, ଜିଲ୍ଲା ସମ୍ପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା, ଅଜୟ ମହାପାତ୍ର, ଗୁପ୍ତେଶ୍ୱର ସୁବୁଦ୍ଧି, ରଙ୍କ ନିଧି ଜେନା, ଶିବାନନ୍ଦ ମହାପାତ୍ର ଏବଂ ଅଞ୍ଚଳ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷରୁ ବୁଲୁ ସାହୁ, ଲୁଲୁ ପଣ୍ଡା, ସହ ସମ୍ପାଦକ ରାମ କୃଷ୍ଣ ଦାସ, ପ୍ରଦିପ ପାତ୍ର, ସଂଜୟ ସ୍ୱାଇଁ, ସଂଜୟ ପ୍ରଧାନ, ବ୍ରହ୍ମାନନ୍ଦ ଦାସ, ବିଚିତ୍ର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ମନୁନନ୍ଦ ପତି, ପୂଣ୍ଣ ଚନ୍ଦ୍ର ଗୈାଡ, ଅରୁଣ ପ୍ରଧାନ, ନିଳାଦ୍ରୀ ଉଦଣ୍ଡ୍ରା, ସଂଘ କାର୍ଯ୍ୟକର୍ତ୍ତା ମନୋଜ ପାତ୍ର, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ, ଭାଗ୍ୟଲତା ଭଉଣୀ ସମେତ ଅନ୍ୟାନ୍ୟ ବିଶିଷ୍ଟ କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରିଥିଲେ । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟକର୍ତ୍ତା ଙ୍କ ସହିତ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେବାର ବ୍ୟବସ୍ଥା ହୋଇଛି । ସେଥିନିମିତ୍ତ ଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ପର୍ଯ୍ୟନ୍ତ ଏପରି ପ୍ରସ୍ତୁତି ବୈଠକ ଆଗକୁ ମଧ୍ୟ ଅନୁଷ୍ଠିତ ହେବାର ଅଛି ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post