ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ଆଜି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ କୁଶପଲ୍ଲୀ ଠାରେ ବଡ଼ ଖେମୁଣ୍ଡି ଶବର ସମାଜ ,ଯୁବଜାଗରଣ ଓ ବଡ଼ କାଲୁଆ ଯୁବକ ସଂଘ ତରଫରୁ ବନବିଭାଗକୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଚି । ପୂର୍ବାହ୍ନ ରେ ସତସଙ୍ଗ କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ରେ ସଭାପତି ରାମଚନ୍ଦ୍ର ରଣସିଂହ ନାୟକ ,ସମ୍ପାଦକ ନୀଳମାଧବ ନାୟକ ,ଭଗବାନ ନାୟକ ,କାମଦେବ ବଦନୟକ୍ ଓ ଯୁବକସଂଘ ସଭାପତି ଭାଗିରଥି ରଇତ,ସମ୍ପାଦକ ଲକ୍ଷଣ ରଇତ ,କୋଷଧ୍ୟାକ କେଦାରନାଥ ନାୟକ ଓ ଗ୍ରାମର ଯୁବକ ଯୁବତୀ ମାନଙ୍କୁ ନେଇ ପ୍ରଧାମନ୍ତ୍ରୀଙ୍କର ଏକ ପେଡ ମା କେ ନାମ ଏହି ମହତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମହେନ୍ଦ୍ରଗଡ଼ ବାନପାଳ ବିଭୀଷଣ ଭୂୟାଁ ଓ ବନ ରଖି ରମେଶ ଚନ୍ଦ୍ର ନାୟକଙ୍କ ସମେତ ମନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।ପ୍ରତ୍ୟେକ ବର୍ଷ ଏହି ବନ୍ ମୋହସ୍ଚବ ଅବସରରେ ପ୍ରତ୍ୟେକ ଯୁବକ ଯୁବତୀ ମାନେ ଗୋଟାଏ ଗୋଟାଏ ଗଛ ଲଗାଇଲେ ପରିବେଶ ବଞ୍ଚିବାସହ ଯିବା ଜାଗର ମଧ୍ୟ ବଞ୍ଚିବ । ଖାଲି ଗଛଟିଏ ଲଗାଇବା ଦ୍ଵାରା ପରିବେଶ ସୃଷ୍ଟି ହୋଇଯିବା ଗଛ ଲଗାଇବା ସହ ଏହାର ପୂର୍ଣ୍ଣ ଯତ୍ନ ନେବା ଓ ତାହାର ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ।ଏହି କଥାକୁ ସମସ୍ତେ ମାନେ ରଖି କାର୍ଯ୍ୟରେ ଦେଖାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମକୁ ଯୁବଜାଗରଣର ସଭାପତି ବୃନ୍ଦାବନ ନାୟକ ,ଉପ ସଭାପତି ସମ୍ବରୁ ମାଝୀ ସମ୍ପାଦକ ଖଗେଶ୍ବର ପାଇକ କୋଷାଧ୍ୟକ୍ଷ ନରସିଂହ ନାୟକ ପରିଚାଳନା କରିଥିଲେ ।
Tags:
ଆଞ୍ଚଳିକ