ଭଂଜନଗର:ମୋ ନିୟୁଜ ଓଡିଶା ସୋରଡ଼ା ବ୍ଳକ ପଳାସପଲ୍ଲୀ ଗ୍ରାମ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଭାରତ ସରକାରଙ୍କ ନୂତନ ଜାତୀୟ ଶିକ୍ଷା ନୀତି ର ଚାରି ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ କରାଯାଇଛି । ଭାରତର ଜଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ "ଏକ ପେଡ ମାକେ ନାମ୍’ ବା "ମା ପାଇଁ ଗଛଟିଏ’ ଆହ୍ୱାନ କୁ ସାକାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସୁଦାମ ଚରଣ ଗୌଡ଼ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ସହଯୋଗରେ ଏହି ମହାନ୍ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରିୟ ବନଖଣ୍ଡ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ ଘୁମୁସର ଦକ୍ଷିଣ ବନଖଣ୍ଡ ସେକ୍ସନ ଅଫିସର ତଥା ବନସାଥୀ ଶ୍ରୀ ଅଶୋକ କୁମାର ସାହୁ, ପୂର୍ବତନ ବନ ବିଭାଗ କର୍ମଚାରୀ ଶ୍ରୀ ଶୁଳପାଣି ଶତପଥୀ, ଗାଙ୍ଗପୁର ସେକ୍ସନ ଫରେଷ୍ଟର ଶ୍ରୀ ଜୀବାନନ୍ଦ ତ୍ରିପାଠୀ, ଲାଠିପଡା ଫରେଷ୍ଟର ଶ୍ରୀ ମତି ଅମ୍ରିତା ଯେନା, ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ଅଶୋକ କୁମାର ଗୌଡ଼, ଶିକ୍ଷକ ଶ୍ରୀ ପ୍ରଦୀପ ରାଉତ, ଶିକ୍ଷୟିତ୍ରୀ ସୁଶ୍ରୀ ରେଶମା ସ୍ୱାଇଁ, ବିଦ୍ୟାଳୟ ର ସଭାପତି ଶ୍ରୀ ସୁଦାମ ଚରଣ ଗୌଡ଼, ବିଦ୍ୟାଳୟ ସଂପାଦକ ଶ୍ରୀ ଅଶୋକ କୁମାର ସ୍ୱାଇଁ, ପଳାସପଲ୍ଲୀ ଗ୍ରାମ ସଭାପତି ତଥା ଶିକ୍ଷକ ଶ୍ରୀ ରାଜକିଶୋର ସ୍ୱାଇଁ, ଗ୍ରାମ ସଂପାଦକ ଶ୍ରୀ ଲମ୍ବୋଦର ବିଷୋୟୀ, ସମ୍ବାଦ ସାହିତ୍ୟ ଘର ସଭାପତି ତଥା ରିପୋର୍ଟର ଶ୍ରୀ ପ୍ରଦ୍ୟୁମ୍ନ କୁମାର ପାତ୍ର, ଶିକ୍ଷକ ତଥା ଲେଖକ ଶ୍ରୀ ଶିଶିର କୁମାର ସ୍ୱାଇଁ ଓ ଦଶମ ଶ୍ରେଣୀ କୃତି ଛାତ୍ରୀ ସୁଶ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କା । ଉପସ୍ଥିତ ସମସ୍ତ ଅତିଥି ପରିବେଶ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନ୍ୟପ୍ରାଣୀ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ଏବଂ ବ୍ୟାପକ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ ଓ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଗ୍ରାମ ଦାଣ୍ଡରେ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ପରିବାରକୁ ଗୋଟିଏ ଗୋଟିଏ ବୃକ୍ଷ ଚାରା ବଣ୍ଟନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମାନଙ୍କ ଉପସ୍ଥିତି ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଯାୟୀ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତଙ୍କ ଉପସ୍ଥିତିରେ ପରିବେଶ ସୁରକ୍ଷା ସଚେତନତା ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିଥି ମାନଙ୍କ ଗହଣରେ ବିଦ୍ୟାଳୟ ଏବଂ ଗ୍ରାମବାସୀଙ୍କ ତରଫରୁ ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀ ଦ୍ୱିତୀକୃଷ୍ଣ ଲେଙ୍କାଙ୍କୁ "ପ୍ରକୃତି ପୂଜାରୀ -୨୦୨୪ ସମ୍ମାନ’ ଏବଂ ଦଶମ ଶ୍ରେଣୀ କୃତି ଛାତ୍ରୀ ସୁଶ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କା ଙ୍କୁ "ପ୍ରତିଭା ସମ୍ମାନ - ୨୦୨୪’ ରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ଗଛ ଉପରେ ଆଧାରିତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଲେଙ୍କା, ସାଗର, କାହ୍ନୁ, ଅଜୟ, ଆକାଶ, ପ୍ରଦୀପ, ସଂଜୟ ସାର୍ ଓ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅଂଶଗ୍ରହଣ କରି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା