ଭଞ୍ଜନଗର ଖାଲାସାହି ଠାରେ ୨୧ କୁଣ୍ଡିଅ ଯଜ୍ଞ ଅନୁଷ୍ଠିତ

ଭଞ୍ଜନଗରମୋ ନିୟୁଜ ଓଡିଶା -ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ବୈଦିକ ସିଦ୍ଧାନ୍ତରେ ଅନୁପ୍ରାଣିତ ହୋଇ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ପ୍ରଚେଷ୍ଟାରେ ଭଞ୍ଜନଗରରେ ସ୍ଥାପିତ ହୋଇଛି ବେଦ ପ୍ରଚାର ସମିତି । ଏହି ସମିତି ଭଞ୍ଜନଗର ଆଖ ପାଖ ଅଂଚଳରେ ହୋମ ଯଜ୍ଞ କରିବା ସହ ବେଦ ପ୍ରଚାର କରୁଛନ୍ତି । ଏହା ବ୍ୟତୀତ ଏହି ସମିତି ବିଭିନ୍ନ ଜନ ହିତକର କାର୍ଯ୍ୟ ହାତକୁ ନେଇଛି । ଏହି ବେଦ ପ୍ରଚାର ସମିତି ୨୧, ୫୧, ୧୦୮ କୁଣ୍ଡିୟ ଯଜ୍ଞ କରିବା ସହ ପ୍ରବଚନ ମାଧ୍ୟମରେ ବେଦର ଉପକାର ଓ ଯଜ୍ଞ କରିବା ଦ୍ୱାରା କଣ ସବୁ ଉପକାର ମିଳେ ସେ ବିଷୟରେ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଖାଲା ସାହି ଠାରେ ସାହି ବାସିନ୍ଦାଙ୍କ ସହଯୋଗ ଓ ବେଦ ପ୍ରଚାର ସମିତିର ପ୍ରଚେଷ୍ଟାରେ ୨୧କୁଣ୍ଡିୟ ଯଜ୍ଞ ଓ ବେଦ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଓ ସମିତି ସଭ୍ୟ ଯୋଗଦେଇ ଥିଲେ । ଶିବ କୁମାର ନାୟକ ଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ତତ୍ୱବାଧାନରେ ଏବଂ ଯଜ୍ଞ ବନ ପ୍ରାସ୍ଥି ଅନ୍ତର୍ଯ୍ୟାମୀ ପ୍ରଦାନ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଲାଲ ମୋହନ ନାୟକ,ଶରତ ମହାନ୍ତି, ସୀମାଞ୍ଚଳ ପଟ୍ଟନାୟକ, ପ୍ରମୋଦ କୁମାର ମହାନ୍ତି, ଟୁନା ଜେନା, ବିଜୟ କୁମାର, ପ୍ରମୋଦ କୁମାର ମହାନ୍ତି, ଲିଙ୍ଗରାଜ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post