ଭଞ୍ଜନଗରମୋ ନିୟୁଜ ଓଡିଶା -ସରକାର ଗୋ ପ୍ରଜାତିର ବିକାଶ ଓ ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ତିଆରି କରିଛନ୍ତି । ଗାଈ ପ୍ରଜନନ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ତଥା ପ୍ରଶିକ୍ଷଣ ପାଇଁ ଭଞ୍ଜନଗର ସହର ଠାରେ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା ଗୋ ପ୍ରଜନନ କେନ୍ଦ୍ର । ପ୍ରତିଷ୍ଠା ହେବଠାରୁ ଆଜି ପ୍ରଯ୍ୟନ୍ତ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ବିଶୁଦ୍ଧ ଦୁଗ୍ଧ ଯୋଗାଇ ଆସୁଛି । ପ୍ରତ୍ୟେକ ଦିନ ଦୁଇ ଶହ ଗାଈ ଲିଟର କ୍ଷୀର ସଂଗ୍ରହ କରାଯାଇ ଦୁଇ ଧାଡିରେ ଲୋକଙ୍କୁ ଦିଆ ଯାଉଛି । ଏଠାରେ ଗାଈ ମାନଙ୍କୁ ସ୍ୱତନ୍ତ୍ର ପ୍ରକାର ନିଜସ୍ୱ ଉତ୍ପାଦିତ ଘାସ ଦିଆଯାଏ ଯେଉଁଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ତଥା ଅନ୍ୟାନ୍ୟ ପୋଷାକ ତଥ୍ୟ ରହିଥାଏ । ମାତ୍ର କ୍ଷୀର ଲିଟର ପିଛା ୪୬ ଟଙ୍କାରେ ବିଶୁଦ୍ଧ କ୍ଷୀର ଯୋଗାଇ ଦିଆଯିବାରୁ କ୍ଷୀର ନେବାପାଇଁ ଦୂର ଦୁରାନ୍ତରରୁ ଲୋକେ ଆସି ଲମ୍ବା ଲାଇନରେ ଅପେକ୍ଷା କରିଥାନ୍ତି । ଏହି କେନ୍ଦ୍ର ରେ ଷଣ୍ଢ, ଛଡା, ବାଛୁରୀ, ଗାଈ ଏହିପରି ଅନେକ ପ୍ରକାର ଗୋ ପ୍ରଜାତି ରଖାଯାଇଛି । କେବଳ କ୍ଷୀର ଉତ୍ପାଦନ ନୁହେ ଏଠାରେ ଦିନ ଥିଲା ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷିଣ ଦିଆଯାଉଥିଲା କିନ୍ତୁ ଆଜି ଆଉ ସେସବୁ ପ୍ରଶିକ୍ଷିଣ ଦିଆ ଯାଉ ନାହିଁ । ବ୍ୟବହାର ହେଉଥିବା ବହୁ ଯନ୍ତ୍ରପାତି ଖତ ଖାଉଛି । ଆବଶ୍ୟକ ହେଉଥିବା କର୍ମଚାରୀ ମଧ୍ୟ ନଥିବା ଯୋଗୁଁ ନାନା ସମସ୍ୟାରେ ଗତି କରୁଛି ଏହି ଗୋ ପ୍ରଜନନ କେନ୍ଦ୍ର । ନିୟମିତ ପୋଷ୍ଟରେ ରହିବାକୁ ଥିବା କର୍ମଚାରୀ ମାନଙ୍କ ଅଭାବ ଯୋଗୁଁ ନିଜର ସତ୍ତା ହରାଉଛି ଏହି ଦୁଗ୍ଧ ଉତ୍ପାଦନ କେନ୍ଦ୍ର । ସତର ଏକର ଜମିରେ ଘାସ ଚାଷ କରିବା ଓ ଗାଈ ଗୋରୁଙ୍କ ଯତ୍ନ ପାଇଁ ବାର ଜଣ ଶ୍ରମିକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଦେଖିବାର ବାକି ରହିଲା କେବେ କିପରି ଏହି ଗୋ ପ୍ରଜନନ କେନ୍ଦ୍ର ପୁଣି ଥରେ ତାର ପୂର୍ବ ଅବସ୍ଥାକୁ ଫେରି ଆସି ଚାଷୀଙ୍କୁ ଗୋ ପ୍ରଜନନ ଶିକ୍ଷା ଦେବା ସହ ଲୋକଙ୍କୁ ଗୋ ପ୍ରଜାତିର ବିକାଶ ପାଇଁ କାର୍ଯ୍ୟ କରିବ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା