ଭଞ୍ଜନଗର ମୋ ନିୟୁଜ ଓଡିଶା : ଦୀର୍ଘ ୨୪ ବର୍ଷର ବିଜେଡ଼ି ସରକାରକୁ ହରାଇ ଓଡ଼ିଶାରେ ବିପୁଳ ଭୋଟରେ ବିଜୟ ଲାଭ କରିଛି ବିଜେପି । ବିଜେପିର ସବୁବେଳେ ଗୋଟିଏ ନାରା ରହିଛି ଦୁର୍ନୀତି ଦମନ । ଏହାକୁ ନେଇ ବିଜେପି ବହୁ ପଦକ୍ଷେପ ନେବାର ଦେଖିବାକୁ ମିଳିଛି । ମାତ୍ର ୨ଦିନ ତଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ନୂତନ ବିଜେପି ବିଧାୟକ ବାଲି ମାଫିଆଙ୍କୁ ଧରେଇବାରେ ସହଯୋଗ କରିଛନ୍ତି କିନ୍ତୁ ଅତି ଦୁଃଖ ର କଥା ବିଜେପି ଦୁର୍ନୀତିକୁ ବିରୋଧ କରୁଥିବା ବେଳେ ଖୋଦ୍ ବିଜେପି ଦଳର ନେତା ବା କର୍ମୀ ଦୁର୍ନୀତିରେ ଲିପ୍ତ ରହି ବାରମ୍ବାର ଜେଲ ଯିବା ଦେଖିବାକୁ ମିଳିଛି । ଏଇ କିଛି ଦିନ ତଳେ ସୋରଡ଼ା ବ୍ଲକ ରତ୍ନପୁର ଗ୍ରାମର ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ଥାନୀୟ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହେବା ସହ ଜେଲ ଯାଇଥିଲେ । ଏହାପରେ ବେଲରେ ବାହାରକୁ ଆସିବା ପରେ ସୋରଡ଼ାରେ କାର୍ଯ୍ୟରତ ଥିବା ସିଡ଼ିପିଓଙ୍କୁ ନିଜେ ଜଣେ ସରକାରୀ କର୍ମଚାରୀ କହି ଧମକ ଦେଇ ୨ ଲକ୍ଷ ଟଙ୍କା ମାଗିଥିଲେ । ସେହି ବାବଦରେ ୧.୫ ଲକ୍ଷ ଫୋନପେ ମାଧ୍ୟମରେ ପଠାଇ ଥିବା ପୋଲିସ ପାଖରେ ପ୍ରମାଣ ଥିବା ସହ ବହୁ ଯୁବକ ଯୁବତୀ ଙ୍କୁ ସରକାରୀ ଚାକିରି କରିଦେବି କହି ବହୁ ଟଙ୍କା ନେଇ ଠକିଥିବା ଘଟଣା ସାମ୍ନାକୁ ଆସିବା ପରେ ଜାନକୀ ଙ୍କୁ ଗିରଫ କରି କେସ ନମ୍ବର ୨୧୭/୨୨ ,୨୯୫/୨୩ ଓ ୩୧୩/୨୩ ରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଜାନକୀ ବିଜେପି ଦଳରେ ସକ୍ରିୟ କର୍ମୀ ରହିବା ସହ ବିଧାୟକଙ୍କ ସହ ବହୁତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହିପରି ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି ଦଳରେ ଥିବାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା