କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଶପଥ ପାଳନ =============

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/     ଗଜପତି ଜିଲ୍ଲାର, ଆର, ଉଦୟଗିରି  ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟ ସ୍ତରୀୟ  ଶିକ୍ଷା ଶପଥ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବରେ ପାଳିତ ହୋଇଯାଇଛି l ଶିକ୍ଷଣ ପଦ୍ଧତିକୁ ସରଳୀ କରଣ କରାଇବା ଓ ଶିକ୍ଷା ପ୍ରତି ଛାତ୍ର ଛାତ୍ରୀ ମାନଙ୍କର ଆଗ୍ରହ ସୃଷ୍ଟି କରାଇଵା ତଥା ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହିତ ପିଲାମାନଙ୍କର ଶାରୀରିକ ମାନସିକ ସ୍ତରରେ ଅଭିବୃଦ୍ଧି ଏବଂ ପରିବେଶ ସ୍ୱଚ୍ଛତା ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା 22ତାରିଖ ଠାରୁ 28ତାରିଖ ପର୍ଯ୍ୟନ୍ତ ଶିକ୍ଷା ଶପଥ   କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମାୟାଧର ସାହୁ,ଗୋଷ୍ଠୀ ଶିକ୍ଷା ଅଧିକରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳ ଏବଂ ସି. ଆର. ସି. ସି. ଶ୍ରୀଯୁକ୍ତ ଅନାସୀମ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କ୍ରମେ ସାତ ଦିନ ବ୍ୟାପି ଉକ୍ତ ବିଦ୍ୟାଳୟରେ ପାଳିତ ହୋଇଯାଇଛି l ଏଣୁ ଏହି ପରିପ୍ରେକ୍ଷୀରେ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରରୋଚନାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମିଳିତ ସହଯୋଗକ୍ରମେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଛି l ଏହି ଅବସରରେ ପରିବେଶରୁ ଏବଂ ସୁଲଭରେ ମିଳୁଥିବା ବିଭିନ୍ନ ଉପକରଣରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ଏବଂ ଏହାକୁ ପ୍ରଦର୍ଶନ କରାଇବା, ଏଫ. ଏଲ. ଏନ. ସାମଗ୍ରୀ ପ୍ରଦର୍ଶନ ଏବଂ ଏହାର ବ୍ୟବହାର, କ୍ରୀଡା ସାମଗ୍ରୀ ପ୍ରଦର୍ଶନ ଏବଂ ଏହାର ବ୍ୟବହାର କୌଶଳ ତଥା ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚ, ଗୀତ, ଭାଷଣ ଆଦିକୁ ସ୍ଥାନିତ କରାଇବା, ନିଜର ଦକ୍ଷତା ଏବଂ କମ୍ପ୍ୟୁଟର ବ୍ୟବହାର ତଥା ଆଜିର ଯୁଗରେ ଏହାର ଆବଶ୍ୟକତା, ଇକୋକ୍ଳବ ଜରୀଆରେ ବୃକ୍ଷ ରୋପଣ, ପୋଷଣ, ସୁଷମ ଖାଦ୍ୟ ବିଷୟରେ ସବିଶେଷ ଧାରଣା ଏବଂ ପରିଶେଷରେ ସମ୍ପ୍ରଦାୟ ଯୋଗଦାନ ଦିବସ ଆଦି କାର୍ଯ୍ୟକ୍ରମ ଅତି ସୂଚାରୁ ରୂପେ ପାଳିତ ହୋଇଯାଇଛି l ଏହା ଦ୍ଵାରା ପିଲାମାନଙ୍କର ପାଠ ପଢା, ସ୍ୱାସ୍ଥ୍ୟ ଏବଂ ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେଉଥିବା ଲକ୍ଷ କରାଯାଇଛି l

Post a Comment

Previous Post Next Post