ବୁରୁଝରୀ ଅଞ୍ଚଳରୁ ପଲସର ବାଇକ ଚୋରୀ ଅଭିଯୋଗ

 

ବେଗୁନିଆପଡା,ମୋ ନିୟୁଜ ଓଡିଶା 

: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ରୋଡ଼ ସାହିର ଜଣଙ୍କ ଘର ଆଗରୁ ଏକ ପଲସର ବାଇକ ଚୋରୀ ହୋଇଥିବା ଅଭିଯୋଗ ଆସିଛି | ସୂଚନା ଅନୁଯାୟୀ ବୁରୁଝୁରି ରୋଡ଼ ସାହି ର କାନ୍ହା ନାହାକଙ୍କ ଘର ସାମ୍ନା ବାରଣ୍ଡାରୁ ଏକ ପଲସର ବାଇକ୍ ଚୋରି ହୋଇଥିବା ନେଇ ବେଗୁନିଆପଡା ଥାନାରେ ଅଭିଯୋଗ ହୋଇଛି | ବୁଧବାର ବିଳମ୍ବିତ ରାତିରେ ଏହି ଚୋରୀ ହୋଇଥିବା ଅଭିଯୋଗ କରିଛନ୍ତି କାନ୍ହା | ତେବେ କାନ୍ହା ନାହାକଙ୍କ ମା ଙ୍କ କହିବା ମୁତାବକ ତାଙ୍କ ଜ୍ୱାଇଁ କିଛି କାରଣ ବଶତଃ ଗୋଆ ଯିବା ସମୟ ରେ ସେହି ଗାଡିଟିକୁ ରଖିଥିଲେ। ଘରେ ସେ ଗାଡିକୁ ହାଣ୍ଡେଲ ଲକ କରି ରଖିଥିବା ସମୟରେ କେହି ଦୁର୍ବୁତ୍ତ ଉକ୍ତ ଗାଡି କୁ ନେଇ ଫେରାର ହେଇଯାଇଛି  | ଖବର ପାଈଁ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି |ତେବେ ଏଠି ପ୍ରଶ୍ନ ଉଠୁଛି ଅଞ୍ଚଳରେ ବାରମ୍ବାର ଚୋରୀ ଭଳି ଘଟଣା ଘଟୁଥିବା ବେଳେ କାହିଁକି ଧରା ପଡ଼ୁ ନାହାନ୍ତି ଚୋର | ବିଭିନ୍ନ ସମୟରେ ଦେଶୀ ମଦ, ଜୁଆ ଖେଳ ଏହି ଅଞ୍ଚଳ ରେ ବଢ଼ି ବଢ଼ି ଚାଲିଥିବା ବେଳେ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ ନ ନିଆଯିବା ଯୋଗୁଁ ଏଭଳି ଘଟଣା ଘଟୁଥିବା କହିଛନ୍ତି ଅଞ୍ଚଳବାସୀ | ଯାହାକୁ ନେଇ ସମସ୍ତଙ୍କ ମନରେ ଭୟ ଜାଗ୍ରତ ହୋଇଛି |

Post a Comment

Previous Post Next Post