ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ଶୁକ୍ରବାର ବିଭିନ୍ନ ଲୋକକଂ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।ସାଂସଦଙ୍କ ନିଜ ଗ୍ରାମ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଢୁଙ୍କାପଡା ଠାରେ ଆବାସିକ କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ବହୁ ଜନସାଧାରଣ ପହଞ୍ଚି ସେମାନଙ୍କ ସମସ୍ଯାକୁ ନେଇ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ସମସ୍ତ ଅଭିଯୋଗ ଗୁଡିକୁ ଶୁଣିବା ସହିତ ସେଗୁଡ଼ିକର ସମାଧାନ ଦିଗରେ ତ୍ବରିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ।ଅଭିଯୋଗ ଗୁଡିକ ମଧ୍ୟରେ ସାମୁହିକ ଓ ବ୍ଯକ୍ତିଗତ ରହିଥିବା ସୂଚନା ମିଳିଛି।
Tags:
ଆଞ୍ଚଳିକ


