ଭଂଜନଗର ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟରେ ଏଫ୍ ଏଲ୍ ଏନ୍ କର୍ମଶାଳା ଅନୁଷ୍ଠିତ

ଭଂଜନଗର:ମୋ ନିୟୁଜ ଓଡିଶା ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭଂଜନଗର ବ୍ଲକ ସ୍ତରୀୟ ଏଫ୍ ଏଲ୍ ଏନ୍ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ବା ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଖଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏହି ତିନି ଦିନ ଧରି ହେବାକୁ ଥିବା କର୍ମଶାଳାକୁ ଭଂଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଆରସିସି ତଥା ଏବିଇଓ ଶ୍ରୀ ସୂର୍ଯ୍ୟ ନାଇକ, ଶିକ୍ଷକ ପ୍ରଶିକ୍ଷିକା ତଥା ସଂଯୋଜିକା ଲିପି ଶ୍ରୀ ଦେବୀ, ଭଂଜନଗର ଡିବି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରାଜ କଅଁର, ଅବସରପ୍ରାପ୍ତ ଏବିଇଓ ଶ୍ରୀ ନେତାଜୀ ବିଷୋୟୀ, ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ମୋହନ ସାହୁ, ଲାଲସିଂ କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ୱିତୀକୃଷ୍ଣ ଲେଙ୍କା, ତୁରୁମୁ କ୍ଲଷ୍ଟର ସିଆରସିସି ଶ୍ରୀ ଗଣେଶ୍ୱର ବେହେରା, ବାଉଁଶଲୁଣ୍ଡି ସିଆରସିସି ଶ୍ରୀମତି ଅନୁପମା ସାହୁ ଅତିଥି ରୂପେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସମସ୍ତ ଅତିଥି ଏହି ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଆୟୋଜନ ର ଲକ୍ଷ, ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ଏହି କର୍ମଶାଳାରେ ଆର ପି ବା ସମ୍ବଳ ଶିକ୍ଷକ ରୂପେ ଶ୍ରୀ ସୁନୀଲ କୁମାର ଶତପଥି, ଶ୍ରୀ ପ୍ରଦୀପ କୁମାର ସାସମଲ୍‌, କୁମାରୀ ରୀତା ଭୂୟାଁ ଯୋଗଦେଇ କର୍ମଶାଳାକୁ ସଫଳ ପରିଚାଳନା କରିଥିଲେ । ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନ କିପରି ଅଭିବୃଦ୍ଧି କରାଯିବ, ଏ ଦିଗରେ ପିଲାମାନଙ୍କର ଦକ୍ଷତା ହାସଲ ଓ ବୃଦ୍ଧି, ପିଲା ମାନଙ୍କ ମୌଳିକ ସ୍ୱାକ୍ଷରତା ଓ ଗାଣିତିକ ଜ୍ଞାନ ବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରକାରର କୌଶଳ ର ପ୍ରୟୋଗ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଜୟ ମାନଙ୍କ ଭୂମିକା ତଥା ପିଲାଙ୍କ ପ୍ରତି ପିତାମାତା ଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଆଲୋଚନା କରିଥିଲେ । ଆଜିର ଏହି କର୍ମଶାଳାରେ ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ୧୬ ଟି କ୍ଲଷ୍ଟର ର ପ୍ରାୟ ୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ସମ୍ବଳ ଶିକ୍ଷକ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ଆକର୍ଷଣୀୟ ଟି ଏଲ୍ ଏମ୍ ବା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post