ରଥଯାତ୍ରା ଉପଲକ୍ଷେ ବଡ଼ଗଡ଼ ଠାରେ ନାଟକର ଉଦ୍‍ଘାଟନୀ ଉତ୍ସବ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ସୋରଡ଼ା ବ୍ଲକ ବଡ଼ଗଡ଼ ଠାରେ ଚଳିତ ବର୍ଷ ରଥଯାତ୍ରା ବହୁ ଆଡମ୍ବରରେ ପାଳିତ ହୋଇଥିବା ବେଳେ, ହେରା ପଞ୍ଚମୀ ଉପଲକ୍ଷେ ବଡ଼ଗଡ଼ ହରିଜନ ସାହି କମିଟି ତରଫରୁ ଶ୍ରୀ ଶ୍ରୀ ମା ଦକ୍ଷିଣକାଳୀ ଯୁବ ନାଟକ ସଙ୍ଘର ନାଟକ “ସରୁନି ଗପ ସରୁନି ପାପ”ର ନାଟକର ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ତାଙ୍କ ସହିତ ବଡ଼ଗଡ଼ ରାଜା ସାହେବଙ୍କ ସହିତ ତାଙ୍କ ଧର୍ମପତ୍ନୀ ଏବଂ ବିଜେଡିର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେବା ଖବର ପାଇ ତାଙ୍କ ହଜାର ହଜାର ସମର୍ଥକ ସେଠାରେ ଆସି ପହଞ୍ଚି ଯାଇଥିଲେ । ତିନି ତିନି ଥରର ବିଧାୟକ ହୋଇ ଏ ଅଞ୍ଚଳର ଅନେକ ଉନ୍ନତି ମୁଳକ କାର୍ଯ୍ୟ କରିବା ସହ ଲୋକଙ୍କ ସୁବିଧା ଅସୁବିଧାରେ ତାଙ୍କ ପାଖରେ ଠିଆ ହୋଇ ତାଙ୍କୁ ସାହାଯ୍ୟ ସହଯୋଗ କରିଥିବାରୁ ଏବେବି ଲୋକଙ୍କ ହୃଦୟରେ ଅଛନ୍ତି । ଚଳିତ ବର୍ଷ ତାଙ୍କୁ ଟିକେଟ ନ ମିଳି ତାଙ୍କ ଧର୍ମ ପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କୁ ଟିକେଟ ମିଳିଥିଲା ହେଲେ ସିଏ ବିଜେପି ପ୍ରାଥୀ ନିଳମଣି ବିଷୋୟୀଙ୍କ ଠାରୁ ପରାଜିତ ହୋଇଥିଲେ, କିନ୍ତୁ ପୂର୍ଣ୍ଣଚନ୍ଦ୍ରଙ୍କର ନିସ୍ୱାର୍ଥପର ସେବା ଆଉ କାର୍ଯ୍ୟ ପାଇଁ ସିଏ ବିଧାୟକ ନଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ତାଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିଲା । ତାଙ୍କର ଏହି କାର୍ଯ୍ୟକ୍ରମରେ ଯୋଗଦାନକୁ ଦେଖି ଆଉ ତାଙ୍କ ଅସଂଖ୍ୟ ସମର୍ଥକଙ୍କୁ ଦେଖିଲା ପରେ ଜଣାପଡୁଛି ଯେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କର ଲୋକପ୍ରିୟତା କେତେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post