(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ରେଶମୀ ସହର ବେଶ ଜଣାଶୁଣା ରାଜନୈତିକ, ସଂସ୍କୃତି, କଳା ଓ ବାଣିଜ୍ୟ କ୍ଷେତ୍ରରେ ଅଗ୍ରଣୀ। ବ୍ରହ୍ମପୁର ମେୟର ଙ୍କ ତତ୍ତ୍ୱାବଧାନରେ ଆଜି ବ୍ରହ୍ମପୁର ବି..ଏମ.ସି.ରେ ବ୍ରହ୍ମପୁର ନବ ନିର୍ବାଚିତ ସମାଜସେବୀ ବିଧାୟକ କେ.ଅନୀଲ କୁମାର, ବ୍ରହ୍ମପୁର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ବର୍ତମାନ ବ୍ରହ୍ମପୁର କ୍ଷେତ୍ର ର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଗୋପାଳପୁର ବିଧାୟକ ସମାଜସେବୀ ତଥା କ୍ୟାବିନେଟ ମନ୍ତ୍ରୀ ବିଶ୍ବଭୂଷଣ ଜେନା ଙ୍କୁ ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଈ ଫୁଲ୍ ତୋଡା ଦେଈ ସ୍ୱାଗତ କରିଥିଲେ।ବିଏମସି କମିଶନର ଭବାନୀ ପ୍ରସାଦ ମିଶ୍ର ଡେପୁଟି ମେୟର ବିବେକ ରେଡ଼ି, ସୁନୀଲ କୁମାର ସାହୁ, ପୂର୍ବତନ କର୍ପୋରେଟର ସମାଜସେବୀ ରଞ୍ଜିତ କୁମାର ପଟ୍ଟନାୟକ ଏବଂ ବିଜେଡି,ଶାସକ ଦଳର ବିଧାୟକ ସମସ୍ତ କର୍ପୋରେଟର ମାନେ ଫୁଲ ଗୁଛ ଦେଈ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ସାଧାରଣ ବୈଠକରେ କର୍ପୋରେଟର ମାନେ ପାଣି ବିଦ୍ୟୁତ୍ ସମସ୍ୟା ଉପରେ ପ୍ରଶ୍ନ କରିଥିଲେ। ଦିର୍ଘ ବର୍ଷ ଧରି ବ୍ରହ୍ମପୁର ସହରରେ ପାଣି ର ସମସ୍ୟା ଲାଗିଛି।ଏହାର କୈାଣସି ପ୍ରକାରର ସମାଧାନ ହେଉ ନଥିବାରୁ ବ୍ରହ୍ମପୁର ସାଂସଦ ଦୁଃଖ ପ୍ରକାଶ କରି କହିଲେ ପାଣିର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ସେହିଭଳି ଆଗାମୀ ଦିନରେ ବହୁ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ।ଜନତା ଆମକୁ ୫ ବର୍ଷ ପାଇଁ ସେବା କରିବା ପାଇଁ ପଠେଈ ଛନ୍ତି। ଏଥିରେ ଯେମିତି କୈାଣସି ପ୍ରକାରର ବାଧାବିଘ୍ନ ନକରି ଜନତା ମାନଙ୍କ ଅଭିଯୋଗ ଶୁଣି ସମସ୍ତ ପ୍ରକାର ର ସାହାଯ୍ୟ କରିବା ପାଇଁ ସମସ୍ତ କର୍ପୋରେଟର ଓ ବିଏମସି ଅଫିସର ଷ୍ଟାଫ୍ ମାନଙ୍କୁ କହିଥିଲେ। ମନ୍ତ୍ରୀ ବିଭୁତି ଭୁଷଣ ଜେନା ସମସ୍ତ ଙ୍କୁ ମିଳିମିଶି କାମ କରିବା ପାଇଁ କହିବା ସହ କାର୍ଯ୍ୟରେ କୈାଣସି ପ୍ରକାରର ଅବହେଳା ଓ ଲୋକ ମାନଙ୍କ ପ୍ରତି ଦୁର୍ବ୍ୟବହାର ଦେଖାଈଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯିବ ବୋଲି କହିଥିଲେ।


