କଳିଙ୍ଗାଘାଟିରେ ଦୁର୍ଘଟଣା: ବାଲିଗୁଡାର ଯୁବକ ମୃତ୍ୟୁ

 


ଭଞ୍ଜନଗର: ମୋ ନିୟୁଜ ଓଡିଶା ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ଭଞ୍ଜନଗର ଅଞ୍ଚଳରେ ଦେଖିବାକୁ ମିଳୁଛି ଏମିତି ସବୁ ଦୁର୍ଘଟଣା । ଆଜି ଅପରାହ୍ନରେ କଳିଙ୍ଗା ଘାଟିରେ ଘଟିଛି ଏକ ରାସ୍ତା ଦୁର୍ଘଟଣା । ଯୁବକ ଜଣକ ହେଲେ ବାଲିଗୁଡାର ହୋଟେଲ ବ୍ୟବସାୟୀ । ନା ତାଙ୍କର ବବୁଲ ପାଣିଗ୍ରାହୀ । ସେ ଆଜି କୌଣସି କାମରେ ଭଞ୍ଜନଗର ନିଜ ସାନ ଭାଇ ପାଖକୁ ଆସି ପୁଣି ବାଲିଗୁଡାକୁ ଫେରିଥିଲେ କିନ୍ତୁ କଳିଙ୍ଗା ଘାଟିରେ ଘଟିଥିଲା ଦୁର୍ଘଟଣା । ଭଞ୍ଜନଗର ଥାନା ସୂଚନା ପାଇବା ପରେ ତାଙ୍କୁ ଭଞ୍ଜନଗର ମେଡିକାଲକୁ ଆଣିଥିଲେ । ସେତେବେଳେ ତାଙ୍କର ଜୀବନ ଥିଲା କିନ୍ତୁ ବହୁତ ସମୟ ସେ ସେମିତି ଆଘାତ ଅବସ୍ଥାରେ ପଡି ରହିଥିଲେ । ଭଞ୍ଜନଗର ମେଡିକାଲକୁ ଆସିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମିଳିଥିବା ସୂଚନା ଅନୁସାରେ ସ୍କୁଟି ଗାଡି ନଂ ଓଡ଼ି ୧୨ସି ୭୪୮୬ ଅକ୍ଷତ ଅବସ୍ଥାରେ ରାସ୍ତାରେ ହେଣ୍ଡାଲ ଲକ ହୋଇଥିଲା । ପାଖରେ ଆହତ ଅବସ୍ଥାରେ ରେ ବବୁଲ ପଡିଥିଲେ । ଏହା ସଡକ ଦୁର୍ଘଟଣା ନା ଯୋଜନା ବଦ୍ଧ ହତ୍ୟା ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post