ଜଗନ୍ନାଥ ପ୍ରାସାଦ ମୋ ନିୟୁଜ ଓଡିଶା ବନ ବିଭାଗ ସହଯୋଗରେ ବନମହୋତ୍ସବ ପାଳନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବନପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାନ୍ତି , ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ, ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଶିଶିରକାନ୍ତ ସ୍ୱାଇଁ ତଥା ସଭ୍ୟ ଶ୍ରୀଯୁକ୍ତ ଖଦାଳ ସ୍ୱାଇଁ ଯୋଗଦେଇ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିବା କୃତି ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରଯାଇଥିଲା । ଏହି ଅବସରରେ ଅତିଥିମାନେ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଶେଷରେ ବୃକ୍ଷ ରୋପଣ ଆଧାର କରି ଏକ ବାର୍ତ୍ତା ଭିତ୍ତିକ ନୃତ୍ୟ ପରିବେଷଣ କରଯାଇଥିଲା ଏବଂ ବିଦ୍ୟାଳୟ ହତାରେ ବୃକ୍ଷ ରୋପଣ କରଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଗୌଡ଼, ଇକୋ କ୍ଲବ ତଥା ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ, ଗଣିତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ ତଥା ଅନ୍ୟାନ୍ୟ ଶିକ୍ଷୟତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥଲେ । ବିଜ୍ଞାନ ଶିକ୍ଷକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସଭାସାଙ୍ଗ କରଯାଇଥିଲା ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


