ନୀଳ କଣ୍ଠେସ୍ୱର ନାଟ୍ୟ ସଂସଦର ସ୍ୱତନ୍ତ୍ର ଅଧିବେଶନ

ଭଞ୍ଜନଗର :ମୋ ନିୟୁଜ ଓଡିଶା ଆଧୁନିକ ମୋବାଇ ଯୁଗରେ ବିଲୁପ୍ତ ପ୍ରାୟ ଲୋକକଳା । ଲୋକେ ଆଉ ପସନ୍ଦ କରୁନାହାନ୍ତି ଲୋକନୃତ୍ୟ ଦେଖିବାକୁ । ଯୁବ ପିଢ଼ି ପଥ ଭ୍ରଷ୍ଟ ହୋଇ ନିଜ ମାଟିର କଳା, ସଂସ୍କୃତି ଭୁଲିବାକୁ ଲାଗିଲେଣି । ଦିନକୁ ଦିନ ଲୋକନୃତ୍ୟର ଚାହିଦା କମି କମି ଯାଉଛି । ଏ ପରିବର୍ତ୍ତନ ସମୟରେ କିଛି କଳାକାର ସଂଘର୍ଷ କରି ଭାରତ ଲୀଳା, ସଖି ନାଟ, ରାଜା ନାଟ ପରି ଲୋକ ନୃତ୍ୟକୁ ବଞ୍ଚାଇ ରଖିଛନ୍ତି । ସେହିପରି ଏକ ଅଗ୍ରଣୀ ପଞ୍ଜିକୃତ ନୀଳକଣ୍ଠେଶ୍ୱର ନାଟ୍ୟ ସଂସଦ । ଯାହା ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କଣ୍ଟାଡ଼ୋର ଗ୍ରାମରେ ଗଢ଼ି ଉଠିଛି । ଯୁବ ଗୋଷ୍ଠୀ କିପରି ଲୋକନୃତ୍ୟକୁ ଆପଣେଇ ନେବେ ଏବଂ ଗଞ୍ଜାମ ଜିଲ୍ଲାର ବହୁ ପୁରାତନ ଏହି ଲୋକନ୍ୟତ୍ୟ ବଞ୍ôଚ ରହିବ ତାହା ଅହରହ ପ୍ରୟାସ କରୁଛି ଏହି ଅନୁଷ୍ଠାନ । ବୁଧୁବାର ଦିନ ସନ୍ଧ୍ୟା ସମୟରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠାନର ଉପଦେଷ୍ଟାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱତନ୍ତ୍ର ସଭାରେ ଭଞ୍ଜନଗର ଅଞ୍ଚଳର ଖ୍ୟାତନାମ ସଙ୍ଗୀତକାର ଗୁରୁ ରାଜା ରାଓ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, କବି ସମ୍ରାଟ ମିଡ଼ିଆ କ୍ଲବ ଉପ ସଭାପତି ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଛ ସହ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ଅନୁଷ୍ଠାନର ସଭାପତି କେଶବ ଆଚାର୍ଯ୍ୟ, ସମ୍ପାଦକ କୈଳାଶ ଚନ୍ଦ୍ର ଜେନା, ତ୍ରିନାଥ ସ୍ୱାଇଁ, ଅଭିମନ୍ୟୁ ବେହେରା, ପଞ୍ଚାନନ ନାଇକ, ଅଞ୍ଜଳି ଆଚାର୍ଯ୍ୟ, ମାନସ ସ୍ୱାଇଁ, ରୁଦ୍ର ନାରାୟଣ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ଜେନା, ସଂଜୟ କୁମାର ସ୍ୱାଇଁ, ଧୋବା ସ୍ୱାଇଁ, ସମ୍ବାଦିକ ଉଦୟ ନାଥ ପଣ୍ଡା, ରଂଜିତ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କଳାକାର ମାନଙ୍କୁ ପରିଚୟ ପତ୍ର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା । ସଙ୍ଗୀତ ଗୁରୁ ଶ୍ରୀ ରାଜା ରାଓ ଏହି କଳାକାରମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ଲୋକ କଳାକୁ ବଞ୍ଚାଇବା ପାଇଁ ସରକାରୀ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଭାରତ ଲୀଳା ଭଳି କଳାକୁ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନଜରକୁ ଆଣି ପ୍ରଚାର ପ୍ରସାର କରିବା ପାଇଁ କହିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post