(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଆସିକା ସହର ଚର୍ଚ୍ଚା ରେ ରହି ଆସୁଥିବା ଆସିକା ସହରରେ ସବୁ ଅସମ୍ଭବ କାମ ବି ଟଙ୍କା ଥିଲେ ସମ୍ଭବ ହୋଈ ପାରୁଛି ଅଫିସର ଓ ତଳ ଶ୍ରେଣୀ କର୍ମଚାରୀ ମାନଙ୍କ ସାହାଯ୍ୟରେ। ଆସିକା ର ମେରୁ ଦଣ୍ଡ କୁହା ଯାଉଥିବା ଲକ୍ଷ୍ମୀ ବଜାର ୧୩/୧୪ ନମ୍ବର ଓ୍ବ।ର୍ଡ ର କଥା ଦୀର୍ଘ ୩୦/୩୫ ବର୍ଷ ବର୍ଷ ଧରି କ୍ୟାବିନରେ, ଛାମୁଣ୍ଡିଆ କରି ବ୍ୟବସାୟ କରି ଆସୁଥିଲେ କିଛି ଦୋକାନୀ ହଜାର ହଜାର ଟଙ୍କା ଭଡ଼ା ବି ଦେଈ ଆସୁଥିଲେ।ହଠାତ୍ ଆସିକା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଚେୟାରମେନ,ଙ୍କ ନଜର ପଡିଲା ଭଡା ଦେଈ ରହି ଆସୁଥିବା ଜାଗା ଉପରେ ପୂରା ଜାଗା କୁ ସରକାରୀ ଜାଗା ଦର୍ଶାଇ ୨୦୨୦ ସଂକ୍ରାନ୍ତି ଦିନ ବ୍ୟବସାୟୀ କରି ଆସୁଥିବା ସାଧାରଣ ଜନତା ଙ୍କ କଥା ନ ଶୁଣି ସକାଳୁ ଡୋଜର ଲଗାଇ ଚୂରମାର କରିଥିଲେ। ଆସିକା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵର୍ଗତ ଅଶୋକ କୁମାର ପଣ୍ଡା,ପି.ଡି. ସିନ୍ଧାର୍ଥ ଶଙ୍କର ସ୍ଵାଇଁ ଚେୟାରମେନ, ସୁମନ୍ତ କୁମାର ସେନାପତି, କିଶୋର ଚନ୍ଦ୍ର ପାଣିଗ୍ରାହୀ, ଶୁଭମ୍ କୁମାର ପାଢୀ ଆସିକା ଜବର ଦଖଲକାରୀ ମାନଙ୍କୁ ଉଛେଦ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତା ପର ଦିନ ଦୀର୍ଘ ବର୍ଷ ଧରି ଜାଗା ରେ ଭଡ଼ା ଦେଈ ଆସୁଥିବା ବ୍ୟବସାୟୀ ମାନେ ଆସିକା ଏନ୍ ଏ ସି ଅଫିସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଙ୍କୁ ସାକ୍ଷାତ କରି କହିଲେ ସାର୍ ଆପଣ ଯୋ ଜାଗାକୁ ସରକାରୀ ଜାଗା କହି ଭାଙ୍ଗିଲେ ତାହା ସରକାରୀ ଜାଗା ନାହିଁ। ଆମେ ଈ. ବ୍ରଜ ମୋହନ୍ ପାତ୍ର ଙ୍କ ପଟା ଜମି ଉପରେ ମାସକୁ ହଜାର ହଜାର ଟଙ୍କା ଭଡ଼ା ଦେଈ ବହୁତ ବର୍ଷ ହେଲା ବ୍ୟବସାୟ କରୁଛୁ।ଜାଗାର ପଟା ମଧ୍ୟ ଦେଖାଈ ଥିଲୁ କିନ୍ତୁ ସେ ସମୟରେ ସୁମନ୍ତ କୁମାର ସେନାପତି ଓ ଶୁଭମ୍ ପାଢୀ କହିଥିଲେ ଏଠି ପଟା ଜାଗା କିଛି ନାହିଁ। ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଠାରୁ କିରାଣୀ ଦୋକାନ ପର୍ଯ୍ୟନ୍ତ ସବୁ ଜାଗା ଆସିକା ଏନ୍ ଏ ସି ର ଓଲଟା ଧମକ ଦେଲେ ଜାଗାରେ କିଛି କଲେ ତମ ନାଁ ରେ ଆସିକା ଥାନାରେ କେସ ହବ।ଆଜି ଆମେ ଆସିକା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଓ ଚେୟାର ମ୍ୟାନ ଙ୍କୁ ପଚାରୁଛୁ ସେ ଜାଗା ଯଦି ଆସିକା ଏନ୍.ଏ.ସି. ର ଥିଲା ଆଜି କେମିତି ଲକ୍ଷ୍ମୀ ବଜାର ର ସରକାରୀ ଜାଗାକୁ ହାତ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଲା..! ବିକ୍ରି କରିବା ପାଇଁ ଆସିକା ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ନାଁ ଚେୟାରମେନ ନାଁ ତହସିଲଦାର କିଏ ଲାଞ୍ଚ ନେଈ ଅନୁମତି ଦେଈଛି। ସାଧାରଣ ଗରୀବ ଲୋକଟିଏ ଝିଅ ବିବାହ କରିବା ପାଇଁ ବ୍ୟାଙ୍କ ରେ ଘରର ଦସ୍ତାବିଜ ରଖିଲେ ବ୍ୟାଙ୍କ ରୁ ଲୋନ ହୋଈ ପାରୁନି କାରଣ ତହସିଲଦାର ପଟା ନାହିଁ,ପଟା ଦେଉ ନାହାଁନ୍ତି କହୁଛନ୍ତି ସେଟାଲ ମେଣ୍ଟ ହୋଈନି ଯଦି ଆସିକା ସେଟାଲ ମେଣ୍ଟ ହୋଈନି ଲକ୍ଷ୍ମୀ ବଜାର ରେ ହୋଈଥିବା କୋଠାକୁ ଘରବାଡି ପଟା କିଏ ଦେଲା..? ଏମିତି ବିନାୟକ ବଜାର,ୟୁନିୟନ ମାର୍ଗ ଓ ଆଲୋକ ପ୍ରେସ ରେ ଗୋଟିଏ ସାହିରୁ ଆଉ ଗୋଟିଏ ସାହିକୁ ଯିବା ସରକାରୀ ରାସ୍ତା ମଧ୍ୟ ଥିଲା ଆସିକା ଏନ୍.ଏ.ସି. ଭଲ ଭାବେ ଜାଣିଛି ଆଜି ସେଠାରେ ଘର ତିଆରି କରି ଭଡା ଖାଉଛନ୍ତି, ସରକାରୀ ଗଳିରେ ଘର କରିବାକୁ କିଏ ଅନୁମତି ଦେଲା ସେ ସମୟ ରେ ଆସିକା ଏନ୍.ଏ.ସି. ର ସର୍ଭେ ରିପୋର୍ଟ ଦାୟିତ୍ଵ ରେ କିଏ ଥିଲା ଏହାର ତୁରନ୍ତ ତଦନ୍ତ କରିବା ପାଇଁ ଜନ ସାଧାରଣଙ୍କ ବାରମ୍ବାର ଆସିକା ଏନ୍ ଏ ସି ରେ ଦାବି ହୋଈ ଆସୁଥିଲେ ସୁଧା ଆସିକା ଏନ୍.ଏ.ସି.କାହିକି ଅନ୍ଧ,ମୂକ, ବଧିର,ସାଜିଛି ଏହାର ତୁରନ୍ତ ତଦନ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପାଳ, ଆସିକା ପ୍ରଶାସନ ଓ ଗଞ୍ଜାମ ଉପଖଣ୍ଡ ଜିଲ୍ଲା ପାଳ ମହୋଦୟ ଙ୍କୁ ଅନୁରୋଧ ଏହାର ତୁରନ୍ତ ତଦନ୍ତ କରାଯାଉ।


